ମାଓକ୍ୟାମ୍ପରେ ଚଢ଼ଉ ଘଟଣା:ବିପୁଳ ସାମଗ୍ରୀ ଜବତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଗୁଏଗୁଡା-ଉତ୍ତମଗୁଡା ଜଙ୍ଗଲରୁ ଏକେ-୪୭ ରାଇଫଲ୍ ସହ ବିପୁଳ ମାଓସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ୧୦ଟି ଡିଟୋନେଟର, ୨ ବଣ୍ଡଲ ବିଦୁ୍ୟତ୍ ତାର, ଗୋଟିଏ ରେଡିଓ, ୩ ହଳ ମାଓପୋଷାକ, ସୋଲାର ପ୍ୟାନାଲ, ମେଡିସିନ୍, ୫ଟି ଟର୍ଚ୍ଚ ଲାଇଟ, ୨ଟି ବେଲୁନ୍ ଶିଶା, ୬ଟି ବଡ କିଟବ୍ୟାଗ୍, ୧୮ଟି ଛୋଟ କିଟ୍ ବ୍ୟାଗ୍, ଗୋଟିଏ ମାଓ ବ୍ୟାନର, ୨ଟି ସେମସଙ୍ଗ ଟ୍ୟାବ୍, ଆସବାବପତ୍ର, ୧୭ଟି ପାଣି ଜାର, ଶୁଖିଲା ଖାଦ୍ୟ, ୬ଟି ଶୀତ ଜ୍ୟାକେଟ୍, ୧୦ଟି ପଲିଥିନ୍ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଆଜି ଏକ ପ୍ରେସ ବିବୃତିରେ ଏସପି ରିଶିକେଶ ଡି. ଖିଲାରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଦୁଲିପଡା ଥାନା ଗୁଏଗୁଡା-ଉତ୍ତମଗୁଡା ଜଙ୍ଗଲରେ ପ୍ରାୟ ୨୦ଜଣ ମାଓବାଦୀ କ୍ୟାମ୍ପ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ଚଢଉ କରାଯାଇଥିଲା । ଏସଡିପିଓ ପ୍ରହଲ୍ଲାଦ ମୀନାଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ, ଡିଭିଏଫ୍, ଏସଓଜି ଓ ବିଏସଏଫ୍ ଯବାନମାନେ ଗତ ୧୫ତାରିଖରେ କମ୍ବିଂ ପାଇଁ ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ । ସୁରକ୍ଷାବାହିନୀଙ୍କୁ ଦେଖି ମାଓବାଦୀମାନେ ଅଚାନକ ଗୁଳି ଚାଳନା କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେବାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ । ସଠାରେ ସର୍ଚ୍ଚ କରାଯିବା ପରେ ଧ୍ୱଂସ ହୋଇଥିବା ମାଓକ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିବା ଏସପି ଶ୍ରୀ ଖିଲାରି କହିଛନ୍ତି । ଏନେଇ ମୁଦୁଲିପଡା ଥାନାରେ ୪/୨୦ରେ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons