କୋରାପୁଟ,(ବି.ବି.ନୁ୍ୟଜ୍): କୌଣସି ପ୍ରକାର ଦୁର୍ନୀତିରେ ଲିପ୍ତ ହୁଅନାହିଁ । ସମାଜରେ ଏହାକୁ ପ୍ରଶୟ ମଧ୍ୟ ଦିଅନାହିଁ । କୌଣସି ଅନୀତିକୁ ସହ୍ୟ ନକରି ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରନ୍ତୁ । ଲୋକାୟୁକ୍ତ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମରେ ଶନିବାର ଏଭଳି ଆହ୍ୱାନ ଦିଆଯାଇଛି । ଦୁର୍ନୀତିକୁ ପ୍ରତ୍ୟାଖାନ କରିବାକୁ ଅଧିକରୁ ଅଧିକ ସଚେତନ ହୋଇ କାର୍ଯ୍ୟ କରିବାକୁ ଲୋକାୟୁକ୍ତ ପକ୍ଷରୁ ଅପିଲ୍ କରାଯାଇଛି ।
ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା । ଲୋକାୟୁକ୍ତ ଆଇନ ସମ୍ପର୍କରେ ବରିÂ ପ୍ରଶାସନିକ ଅଧିକାରୀ, ଓକିଲ, ସାମାଜିକ କର୍ମୀଙ୍କୁ ସଚେତନ କରିବା ଏହାର ଉଦେ୍ଧଶ୍ୟ ଥିଲା । ସଭାରେ ମୁଖ୍ୟ ଅତିଥିଭାବେ ଲୋକାୟୁକ୍ତ ଅଜିତ ସିଂ, ଲୋକାୟୁକ୍ତ ସଦସ୍ୟ ତଥା ପୂର୍ବତନ ଡ଼ିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ସଦସ୍ୟ ଜଷ୍ଟିସ ବି.କେ. ନାୟକ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଏସ୍ପି ମୁକେଶ କୁମାର ଭାମୋ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ପି କେ ନାୟକ କହିଲେ, ରାଜ୍ୟରେ ଲୋକାୟୁକ୍ତ ଆଇନ ଲାଗୁ ହୋଇଛି । ୨୦୧୯ ଆରମ୍ଭରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ଏକ ବର୍ଷ ମଧ୍ୟରେ ଆୟୁକ୍ତ ପାଖରେ ୧୧୩୨ ଟି ମାମଲା ଦାଖଲ ହୋଇଛି । ସେଥିରୁ ୫୪୮ ଟି ମାମଲା ଫଇସଲା ହୋଇ ପାରିଛି । କୋରାପୁଟ ଜିଲ୍ଲାର ୫ଟି ମାମଲାରୁ ୩ ଟି ଫଇସଲା ହୋଇଛି । ଏପରିସ୍ଥଳେ, ବରିÂ ପ୍ରଶାସନିକ ଅଧିକାରୀ, ଓକିଲ, ସାମାଜିକ କର୍ମୀଙ୍କ ମଧ୍ୟରେ ଏହି ନିୟମ ସମ୍ପର୍କରେ ସଚେତନ ସୃଷ୍ଟି କରାଯିବା ଦରକାର । ଲୋକାୟୁକ୍ତଙ୍କ ନିଦେ୍ର୍ଧଶକୁ ସରକାରୀ କର୍ମଚାରୀ ଗୁରୁତର ସହ ଗ୍ରହଣ କରିବା ଜରୁରୀ । ତୁରନ୍ତ ମାମଲାର ଉତ୍ତର ଦେବା ଆବଶ୍ୟକ ।
ଲୋକାୟୁକ୍ତ ସଦସ୍ୟ ତଥା ପୂର୍ବତନ ପୋଲିସ ଡ଼ିଜି ଆର.ପି. ଶର୍ମା କହିଲେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦୁର୍ନୀତି କମ୍ ରହିଛି । ଏହି ସଂଖ୍ୟାକୁ ଆହୁରି କମ୍ କରିବାର ଆବଶ୍ୟକ ରହିଛି । ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ରାଜ୍ୟ ସରକାର ଲୋକାୟୁକ୍ତ ଆଇନ-୨୦୧୪ ପ୍ରଣୟନ କରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ମୂଳଉପôାଟନ ଏହାର ଲକ୍ଷ୍ୟ । ଏହି ଆଇନରେ ସଂସ୍ଥାର କି ପ୍ରକାର କ୍ଷମତା ରହିଛି, କ୍ଷମତା ପରିସର କ’ଣ, କେଉଁ ଅଧିକାରୀ ଆୟୁକ୍ତଙ୍କ କ୍ଷମତା ପରିସରରେ ଆସିବେ ସେ ନେଇ ଅଧିକାରୀ ସଚେତନ ହେବା ଦରକାର । କେଉଁ ପ୍ରଣାଳିରେ ଚିଠି କରାଯାଇ ଦୁର୍ନୀତିକୁ ରୋକାଯାଇ ପାରିବ ସେ ସବୁ ବ୍ୟବସ୍ଥା ସମ୍ପର୍କରେ ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ତେଣୁ ଳୋକଙ୍କୁ ଏ ଦିଗରେ ଅଧିକରୁ ଅଧିକ ସଚେତନ କରିବା ଜରୁରୀ । କାର୍ଯ୍ୟକ୍ରମରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଇଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ତହସିଲଦାର୍ ଓ ବରିÂ ପ୍ରଶାସନିକ ଅଧିକାରୀ, ଓକିଲ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ ।


Comments are closed, but trackbacks and pingbacks are open.