ବାଲେଶ୍ୱର,(ବି.ବି.ନୁ୍ୟଜ୍): କୁହୁଡ଼ିର ଘନତା ମଧ୍ୟରେ ଶନିବାର ଭୋର୍ ବେଳେ ପୃଥକ୍ ଭାବେ ଦୁଇଟି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ଦୁର୍ଘଟଣା ବାଲେଶ୍ୱର ନିକଟସ୍ଥ ସେରଗଡ଼ ଟୋଲ୍ ଗେଟ୍ ଘଟିଥିବା ବେଳେ ଅନ୍ୟଟି ଭୋଗରାଇ ବ୍ଲକ୍ କମର୍ଦ୍ଧା ଥାନା ନିକଟସ୍ଥ ନହରାଠାରେ ଘଟିଛି । ଉଭୟ ଦୁର୍ଘଟଣାରେ ୨୦ରୁ ଊଦ୍ଧ୍ୱର୍ ବଙ୍ଗୀୟ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ।
ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳିରୁ ୭୦ରୁ ଊଦ୍ଧ୍ୱର୍ ବଙ୍ଗୀୟ ତୀର୍ଥଯାତ୍ରୀଙ୍କୁ ନେଇ ଶ୍ରୀଶ୍ୟାମ ରଥ ନାମକ ଏକ ବସ୍ (ଡବ୍ଲ୍ୟୁ-୧୯ଜି-୩୧୭୨) ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ରବିବାର ଭୋର୍ ବେଳକୁ ବାଲେଶ୍ୱର ଜିଲ୍ଲା ସେରଗଡ଼ ଟୋଲ ଗେଟ୍ ନିକଟରେ ପହଞ୍ଚିଥିଲା । ଏତିକିବେଳେ ଘନ କୁହୁଡ଼ି ହୋଇଥିବାରୁ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ବସ୍ଟି ଧକ୍କା ଦେଇଥିଲା । ଫଳରେ ବସ୍ରେ ଥିବା ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ଏହାପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଖନ୍ତାପଡ଼ା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ସୋମନାଥ ରାୟ(୫୧), ପ୍ରଶାନ୍ତ ଖଣ୍ଡା(୩୮), ସରସ୍ୱତୀ ଖଣ୍ଡା(୩୦), ରାଜ ଥଣ୍ଡର(୧୨), ପ୍ରଭାତୀ ଥଣ୍ଡର(୨୫), ଶୁଭଙ୍କର ଗାୟନ(୨୪)ଙ୍କ ଅବସ୍ଥା ଗୁରୁତର ଥିଲା । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଥିଲା ।
ସେହିପରି ଅନ୍ୟ ଏକ ଘଟଣାକ୍ରମରେ, ପଶ୍ଚିମବଙ୍ଗ ରାଜ୍ୟର ପୁରୁଳିଆରୁ ୯ ଜଣ ପର୍ଯ୍ୟଟକ ଏକ ବୋଲେରୋ(ଡବ୍ଲୁ୍ୟବି-୫୬ପି-୭୦୪୭) ଯୋଗେ ଶୁକ୍ରବାର ଦୀଘା ବେଳାଭୂମିକୁ ବଣଭୋଜି କରିବାକୁ ଆସିଥିଲେ । ଏମାନଙ୍କ ପାଇଁ ଘନ କୁହୁଡ଼ି କାଳ ସାଜିଥିଲା । ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ନହରା ଛକଠାରେ ସକାଳ ୫ଟାରେ ବୋଲେରୋଟି ପହଞ୍ଚିଥିଲା । ଏତିକିବେଳେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ବୋଲେରୋଟିକୁ ଧକ୍କା ଦେଇଥିଲା । ଫଳରେ ବୋଲେରୋଟି ରାସ୍ତା ପାଶ୍ୱର୍ରେ ଥିବା ୬ ଫୁଟ ତଳର ନୟନଯୋରିକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇଯାଇଥିଲା । ଏଥିରେ ପୁରୁଲିଆ ଜିଲ୍ଲା ଟୁକି ଗ୍ରାମର କୃତ୍ତିବାସ ମହାନ୍ତ(୫୯), ସମୀର ମହାନ୍ତ(୨୩), ରିମା ମହାନ୍ତ(୨୪), ସୁକୁଡି ଗ୍ରାମର ସରୁବାଲି ମହାନ୍ତି(୨୩)ଙ୍କୁ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Comments are closed, but trackbacks and pingbacks are open.