ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲା ତଥା କିଶୋରନଗର ବ୍ଲକ୍ର ବଇଣ୍ଡା ରେଳ ଷ୍ଟେସନଠାରେ ସୋମବାର ଅପରାହ୍ଣରେ ଏକ ଅଭାବୀୟ ଘଟଣାକ୍ରମେ ଜଣେ ବରିÂ ଡାକ୍ତରଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ଚଳନ୍ତା ଟ୍ରେନ୍ରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇବାରୁ ପ୍ଲାଟ୍ଫର୍ମ୍ ଓ ରେଳବଗି ମଧ୍ୟରେ ଚାପି ହୋଇ ପ୍ରାଣ ହରାଇଛନ୍ତି । ମୃତ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ର ପୂର୍ବତନ ବରିÂ ଚିକିତ୍ସବ ଡାକ୍ତର କୁଂଜବିହାରୀ ସାମଲ ବୋଲି ସୂଚନା ମିଳିଛି ।
ପ୍ରକାଶ ଯେ, ଡା. ସାମଲଙ୍କର ନିକଟରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇଥିଲା । ଆଜି ସେ ସିରିଡ଼ିସାଇ ଏକ୍ସପ୍ରେସ୍ ଯୋଗେ ଭୁବନେଶ୍ୱର ଫେରୁଥିଲେ । ଅପରାହ୍ଣ ପ୍ରାୟ ୫ଟା ବେଳେ ବଇଣ୍ଡା ଷ୍ଟେସନ୍ରେ ଟ୍ରେନ୍ ଲାଗିଥିଲା । ବଇଣ୍ଡା ଷ୍ଟେସନ୍ରେ ଏହି ଏକ୍ସପ୍ରେସ୍ ଟ୍ରେନ୍ର ରହଣି ସମୟ ପ୍ରାୟ ଦେଢ଼ ମିନିଟ୍ । ଷ୍ଟେସନ୍ରେ ଟ୍ରେନ୍ ଲାଗିବା କ୍ଷଣି ଡା. ସାମଲ କୌଣସି କାରଣ ପାଇଁ ଟ୍ରେନ୍ରୁ ଓହ୍ଲାଇଥିଲେ ଏବଂ ଟ୍ରେନ୍ ଛାଡ଼ିଲା ବେଳକୁ ଉଠିବାକୁ ଉଦ୍ୟମ କରିଥିଲେ । ହେଲେ ବ୍ୟାଗ୍ ଧରି ଚଳନ୍ତା ଟ୍ରେନ୍ରେ ଚଢ଼ିଲା ବେଳେ ଭାରସାମ୍ୟ ହରାଇ ପ୍ଲାଟଫର୍ମ ତଳେ ପଡ଼ିଯାଇଥିଲେ । ବଇଣ୍ଡା ରେଳବାଇ ଫାଣ୍ଡି ପୁଲିସ ଓ ହଣ୍ଡପା ଥାନା ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ମୃତଦେହ ପ୍ଲାଟଫର୍ମ୍ ଉପରେ ପଡ଼ି ରହିଥିଲା ବେଳେ ରାତି ପ୍ରାୟ ୯ଟା ବେଳେ ରେଲୱେ ଫାଣ୍ଡି ଅଧିକାରୀ ଏ. କେ. ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ଡାକ୍ତରଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed, but trackbacks and pingbacks are open.