କୃଷି ଓଡ଼ିଶା ବ୍ୟାଙ୍କର୍ସ ସମ୍ମିଳନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ସେମାନଙ୍କ ଚାଷ କାମ ପାଇଁ ଋଣ ଜରୁରି । ବ୍ୟାଙ୍କଗୁଡ଼ିକ ଚାଷୀଙ୍କୁ ନିରାଶ କରନ୍ତୁନି । ସେମାନଙ୍କ ଆୟ ବୃଦ୍ଧିରେ ସହଯୋଗ କରନ୍ତୁ । ‘କୃଷି ଓଡ଼ିଶା’ ବ୍ୟାଙ୍କର୍ସ ସମ୍ମିଳନୀରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ।
ମନ୍ତ୍ରୀ ଡ. ସାହୁ କହିଥିଲେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ପଦକ୍ଷେପ ନେଉଛନ୍ତି । ଏବେ ଚାଷ କାମରେ ନୂଆ ଜ୍ଞାନକୌଶଳ ଓ ପଦ୍ଧତି ଆପଣା ଯାଉଛି । ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ବି ଏବେ କୃଷି କ୍ଷେତ୍ର ପ୍ରତି ଆଗ୍ରହ ଦେଖାଇଲେଣି । ଉନ୍ନତ ଉପାୟରେ ଚାଷ ପାଇଁ ପୁଞ୍ଜି ଖଟାଇବା ଆବଶ୍ୟକ ପଡୁଛି । ସେମାନଙ୍କୁ ସହଜ ଓ ସୁବିଧାରେ ଋଣ ଯୋଗାଇବାକୁ ବ୍ୟାଙ୍କଗୁଡିକ ତପôରତା ଦେଖାନ୍ତୁ ।
ମନ୍ତ୍ରୀ ତାଙ୍କ ଯୁବକ ସମୟର ଅନୁଭୂତି ବଖାଣି କହିଥିଲେ, ଯୁକ୍ତ ତିନି ପାସ୍ ପରେ ମୁଁ କିଛି ଉଦ୍ୟୋଗ କରିବାକୁ ଇଚ୍ଛା କରିଥିଲି । ଏଥିପାଇଁ ବ୍ୟାଙ୍କ ଋଣ ପାଇବାକୁ ଚେଷ୍ଟା କଲି । କିନ୍ତୁ ଅନେକ ବ୍ୟାଙ୍କ ବୁଲି ଅନୁରୋଧ କରିବା ପରେ ବି ଋଣ ପାଇ ପାରିଲିନି । ଏବେ ବି ଚାଷୀମାନେ ସମାନ ସମସ୍ୟା ଭୋଗୁଛନ୍ତି । ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ବ୍ୟାଙ୍କଗୁଡ଼ିକ ଏହାକୁ ହୃଦୟଙ୍ଗମ କରନ୍ତୁ । ଘରୋଇ ଉପôାଦନର ୧୮ ପ୍ରତିଶତ କୃଷି କ୍ଷେତ୍ରରୁ ଆସୁଛି । ଏ କ୍ଷେତ୍ରରେ ପୁଞ୍ଜିନିବେଶ ହେଲେ କୃଷି ଅଧିକ ଉନ୍ନତ ଓ ଲାଭଜନକ ହେବ । ନୂଆ ପିଢ଼ିି ବି ଚାଷ କରିବାକୁ ମନ ବଳାଇବ ବୋଲି ସେ କହିଛନ୍ତି ।
ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବ୍ୟାଙ୍କମାନେ ଚାଷୀଙ୍କୁ ଋଣ ଯୋଗାଇ ଦେଉଛନ୍ତି । କିନ୍ତୁ ସେମାନଙ୍କ ତୁଳନାରେ ଓଡ଼ିଶାରେ ଥିବା ବ୍ୟାବସାୟିକ ବ୍ୟାଙ୍କମାନଙ୍କ କୃଷି ଋଣର ହାର ବହୁତ କମ୍ । ବ୍ୟାଙ୍କମାନେ ଏହି ଧାରାକୁ ବଦଳାଇବାକୁ ସେ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶାରେ ୩୦୭୭ଟି ଜାତୀୟକରଣ ବ୍ୟାଙ୍କ ଅଛି । ୮୪୯ଟି ଘରୋଇ ବ୍ୟାଙ୍କ, ୯୮୭ଟି ଗ୍ରାମ୍ୟ ବ୍ୟାଙ୍କ ଓ ୩୪୦ଟି ସମବାୟ ବ୍ୟାଙ୍କ ଶାଖା ରାଜ୍ୟରେ ରହିଛି । ବ୍ୟାବସାୟିକ ବ୍ୟାଙ୍କମାନେ କୃଷି ଋଣ ଯୋଗାଇବାକୁ ଆଗଭର ହେଲେ କୃଷି ଋଣ ସମସ୍ୟା ହଟିବ ବୋଲି ସେ କହିଥିଲେ ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍ ରଘୁପ୍ରସାଦ କହିଥିଲେ, ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିଜାତ ଦ୍ରବ୍ୟର ଚାହିଦା ଅଧିକ ଅଛି । ଏଥିରେ ଅଧିକ ପୁଞ୍ଜିନିବେଶ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ବିଭିନ୍ନ ସରକାରୀ ଯୋଜନାରେ ସରକାର ଅନେକ ସବ୍ସିଡି ଦେଉଛନ୍ତି । ବ୍ୟାଙ୍କଗୁଡ଼ିକ ଏକ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପ୍ରକଳ୍ପଗୁଡ଼ିକୁ ଋଣ ଦେଲେ ଚାଷୀମାନେ ସବ୍ସିଡି ପାଇବେ ବୋଲି ସେ କହିଛନ୍ତି ।
ବୈଠକରେ ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ ହେଡ୍ ଜେନେରାଲ ମ୍ୟାନେଜର ଏସ୍ କୁମାର ଉପସ୍ଥିତ ଥିଲେ । ଚାଷୀଙ୍କ ପାଇଁ ବ୍ୟାଙ୍କମାନେ ସହଯୋଗର ହାତ ବଢ଼ାଇବେ । ଯାହା କିଛି ସମସ୍ୟା ରହୁଛି ସରକାରଙ୍କ ସହ ଆଲୋଚନା କରି ତାର ସମାଧାନ କରାଯିବ ବୋଲି ସେ କହିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସୋନାଲି ଦାଶ, କୃଷି ଓ ଖାଦ୍ୟ ଉପôାଦନ ନିଦେ୍ର୍ଧଶକ ଡ.ଏମ୍ ମୁଥୁକୁମାର, ପ୍ରାଣୀ ସମ୍ପଦ ବିକାଶ ନିଦେ୍ର୍ଧଶକ ରତ୍ନାକର ରାଉତ, ମତ୍ସ୍ୟ ନିଦେ୍ର୍ଧଶକ ଡ.ଏନ୍ ତିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଋଣ ଦେବା ନେଇ ରହିଥିବା ବ୍ୟାଙ୍କ ଗାଇଡ୍ଲାଇନ ଓ କ୍ଷେତ୍ରରେ ଉପୁଜିଥବା ସମସ୍ୟା ସମ୍ପର୍କରେ ସେମାନେ ମନ୍ତ୍ରୀ ଓ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons