ସିଫାରେ ତୃତୀୟ ଜିନୋମିକ୍ସ ଆର୍ନ୍ତଜାତୀୟ ସମ୍ମିଳନୀ ଉଦ୍ଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର(ବି.ବି.ନୁ୍ୟଜ୍): କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ କୃଷି ଗବେଷଣା କେନ୍ଦ୍ରଠାରେ “ଜିନୋମିକ୍ ଇନ୍ ଆକ୍ୱାକଲ୍ଚର” ବିଷୟରେ ତୃତୀୟ ଅନ୍ତରାଷ୍ଟ୍ରିୟ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଯାଇଛି । ୨୩ ଜାନୁଆରୀ ପର୍ଯ୍ୟନ୍ତ ଅନୁÂିତ ହେଉଥିବା ଏହି ସମ୍ମିଳନୀରେ ୪ ଗୋଟି ତଥ୍ୟ ଯଥା (୧)ଜେନେଟିକ୍ସ, ବ୍ରିଡ୍ ଇମ୍ପୁ୍ୟଭମେଂଟ ଏଣ୍ଡ ମଲିକୁ୍ୟଲାର ବି୍ରଡିଂ, (୨) ଜିନୋମ୍ ଏଡିଟିଂ, ବାୟୋସିକୁରିଟି ଆଣ୍ଡ ବାୟୋସେଫ୍ଟି, (୩) ଜିନୋମ୍ ଇନ୍ଫର୍ମାଟିକ୍ସ ଏଣ୍ଡ ଇଂଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ ଏବଂ (୪) ଜିନୋମିକ୍ସ ଇନ୍ ଫିସ୍ ହେଲ୍ଥ, ରିପ୍ରଡକ୍ସନ ଏଫ ନୁ୍ୟଟ୍ରିସନ୍ ଉପରେ ଆଲୋଚନା କରାଯିବ ।
ସଂଗଠିତ ହୋଇ ବିଭିନ୍ନ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଚାଲୁରଖିବା ଉଦେ୍ଧଶ୍ୟରେ ଏଭଳି ଅନ୍ତରାଷ୍ଟ୍ରିୟ ସମ୍ମିଳନୀ ପ୍ରଥମକରି ୨୦୧୩ ଓ ଦ୍ୱିତୀୟରେ ୨୦୧୬ରେ ଅନୁÂିତ ହୋଇ ସଫଳତା ଲାଭ କରିଛି । ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦେ୍ଧଶ୍ୟ ଥିଲା ପଶୁ, ମସô୍ୟ ଓ ଉଦ୍ଭିଦ ଗବେଷକମାନଙ୍କୁ ଏକାଠି କରି ଜିନୋମିକ୍ ଗବେଷଣାକୁ ଆଗେଇ ନେବା । ଚଳିତ ସମ୍ମିଳନୀରେ ଜ୍ଞାନର ବିନିମୟ, ବିଭିନ୍ନ କ୍ଷେତ୍ରରେ ହୋଇଥିବା ବୈଜ୍ଞାନିକ ଉନ୍ନତି, ବୈଜ୍ଞାନିକ ଅନୁ୍ୟାନ ଓ ଭାବ ବିନିମୟ ସହିତ ପାରସ୍ପରିକ ସହଯୋଗ ଭିତିରେ ଗବେଷଣା ଓ ସାମର୍ଥ୍ୟ ବିକାଶ କରିବା ବିଷୟରେ ଆଲୋଚନା କରାଯିବ ।

ଆସୋସିଏସନ୍ ଅଫ୍ ଆକ୍ୱାକଲ୍ଚରିଷ୍ଟ ଓ ସିଫାର ମିଳିତ ସହଯୋଗରେ ଅନୁÂିତ ହେଉଥିବା ଏହି ସମ୍ମିଳନୀକୁ ଉକôଳ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଦେଶ ବିଦେଶର ବୈଜ୍ଞାନିକଙ୍କ ଗହଣରେ ଏହାକୁ ଉଦ୍ଘାଟନ କରି ସେ ବହୁତ ଖୁସି ବ୍ୟକ୍ତ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ପାଇଁ ଜିନୋମିକ୍, ରୋବୋଟିକ୍ ଓ ବାୟୋଇନ୍ଫରମାଟିକ୍ ପ୍ରଭୃତି ଦିଗରେ ଗବେଷଣାର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ଜଳକୃଷିର ପ୍ରମୁଖ ହିତାଧିକାରୀମାନଙ୍କ ନିମନ୍ତେ ଦରକାରୀ ଉପôାଦ ଓ ପ୍ରଯୁକ୍ତି ବିଦ୍ୟାର ଉଦ୍ଭାବନ ପାଇଁ ସାମୁହିକ ତଥା ସଂଗଠିତ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡଃ ପଟ୍ଟନାୟକ ମତ ଦେଇଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ଉପରେ ଆଲୋଚନା କରିବା ସହିତ ଡଃ ପଟ୍ଟନାୟକ କହିଥିଲେ ଯେ ସମାଜର ଅନୁନ୍ନତ ଶ୍ରେଣୀର ଲୋକଙ୍କ ପାଇଁ ସଠିକ୍ ମାର୍ଗରେ ପ୍ରକୃତି ଉପଯୋଗାୀ ସମନ୍ୱିତ କୃଷି କିପରି ଲାଭଦାୟକ ହେବ ସେଥି ନିମନ୍ତେ ଗବେଷଣା ହେବା ଉଚିତ । ଚିଲିସ୍ଥିତ ଫାବେଟ୍-ଇନ୍ବାୟୋଜେନ୍ର ନିଦେ୍ର୍ଧଶକ ଡଃ ଭିକ୍ଟର ମାର୍ଟିନେଜ୍ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଜିନୋମିକ୍ ବିଜ୍ଞାନରେ ଗବେଷଣା ଅତ୍ୟଧିକ ବ୍ୟୟସାପେକ୍ଷ ହେଲେ ହେଁ ଏହାର ଭବିଷ୍ୟତ ଉଜ୍ଜଳ ଓ ଲାଭଦାୟକ ବୋଲି ସେ କହିଥିଲେ । ସେ ଏ କଥା ମଧ୍ୟ କହିଥିଲେ ଯେ ଯଦିଓ ସାଲ୍ମନ୍ର ଜିନୋମିକ୍ ଡାଟାବେସ୍ର ପ୍ରସ୍ତୁତି ୨୦୦୫ ମସିହାରେ ଆରମ୍ଭ ହୋଇଥିଲା, ତାହା କେବଳ ନିକଟ ଅତୀତରେ ସଂପୂଣ୍ଣ ର୍ ହୋଇପାରିଛି । ଜଳକୃଷିରେ ଜିନୋମିକ୍ ଗବେଷଣାର ଉପଯୋଗ ଅନ୍ୟାନ୍ୟ ଖାଦ୍ୟ ଉପôାଦନ କ୍ଷେତ୍ର ଅପେକ୍ଷା ବହୁତ ପଛରେ ଅଛି ।

ପ୍ରାରମ୍ଭରେ ଆଇସିଏଆର୍-ସିଫାର ନିଦେ୍ର୍ଧଶିକା ଡଃ ବି. ଆର୍. ପିଲାଇ ସିଫାରେ ଜଳକୃଷି ଉପôାଦନ ବୃଦ୍ଧିରେ ଅନୁବଂଶୀୟ ଗବେଷଣାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏଭଳି ଉଚ୍ଚ ପ୍ରଯୁକ୍ତି ବିଦ୍ୟାରେ ଅଧିକ ଗବେଷଣା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ, ଡିବିଟି, ଡିଏସ୍ଟି ତଥା ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ଅନୁÂାନ ସହିତ ସହବନ୍ଧିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀର ସଫଳ ରୂପାୟନ ନିମନ୍ତେ ସହାନୁବନ୍ଧିତ ସଂସ୍ଥା ଓ ଆଇସିଏଆର୍ ପ୍ରତି ଡଃ ପିଲାଇ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମିଳନୀର ସଂଗଠନ ସଶ୍ଛାଦିକା ଡଃ କାନ୍ତା ଦାସ ମହାପାତ୍ର ଉପସ୍ଥିତ ପ୍ରତିଭାଗୀ ମାନଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ଉପôତି ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୨୦୦ ଗବେଷକ ଯୋଗଦାନ କରି “ମସô୍ୟ ଓ ଜଳକୃଷିରେ ଜିନୋମିକ୍ ଗବେଷଣା” ଉପରେ ସ୍ୱଜ୍ଞାନର ଆଦାନ ପ୍ରଦାନ କରିବା ସହ ସାମର୍ଥ୍ୟ ବିକାଶ କରିବ ବୋଲି ଡଃ ଦାସମହାପାତ୍ର ମତପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ପ୍ଲେନାରୀ ସେସନ୍, ବାଚନିକ ଓ ପୋଷ୍ଟାର ସେସନ୍ ସହିତ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଶେଷରେ ଆସୋସିଏସନ୍ ଅଫ୍ ଆକ୍ୱାକଲ୍ଚରିଷ୍ଟର ସାଧାରଣ ସମ୍ପାଦକ ଡଃ ଶୈଳେଶ ସୌରଭ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons