ଚିଲିକାରୁ ୭ମୃତ, ୧୨ ଜୀବିତ ପକ୍ଷୀ ଉଦ୍ଧାର

Get real time updates directly on you device, subscribe now.

କୃଷ୍ଣପ୍ରସାଦ,(ବି.ବି.ନୁ୍ୟଜ୍):ଚିଲିକାର ପକ୍ଷୀ ଅଭିୟାରଣ୍ୟ ଭାବେ ବିଦିତ ନଳବଣ ପୂର୍ବ ପାଶ୍ୱର୍ ଚିଲିକାରୁ ୭ମୃତ ଏବଂ ୧୨ ଜୀବିତ ବିଦେଶାଗତ ପକ୍ଷୀ ନୂଆପଡ଼ା ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
ଖବର ନେବାରେ ଜଣାପଡ଼ିଛି ଯେ, ଅସହ୍ୟ ଶୀତ ଯୋଗୁଁ ବିଦେଶାଗତ ପକ୍ଷୀ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନେକ ପକ୍ଷୀ କ୍ଳାନ୍ତ ହୋଇପଡ଼ିଛନ୍ତି । ଶୁକ୍ରବାର ନୂଆପଡ଼ା ବନ ବିଭାଗ କର୍ମଚାରୀମାନେ ଚିଲିକା ଭ୍ରମଣରେ ଯାଇଥିବା ବେଳେ ଏହି ପକ୍ଷୀମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ କାହାରିକୁ ପକ୍ଷୀ ଧରିବା ଅବସ୍ଥାରେ ଦେଖିନଥିଲେ । ସେଠାରେ ଥିବା ମେସିନଚାଳିତ ଏକ ଡଙ୍ଗାକୁ ନିଜ ହେପାଜତକୁ ଆଣିଥିଲେ । ତେବେ ଶିକାରୀମାନଙ୍କୁ ଧରିବାରେ ବନ ବିଭାଗ ବିଫଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ଡଙ୍ଗାଟିକୁ ଧରି ବାହାବା ନେବାକୁ ଚାହୁଁଥିବା ବେଳେ ବନ କର୍ମଚାରୀଙ୍କ ଭୂମିକାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ବିଦେଶାଗତ ପକ୍ଷୀଙ୍କୁ ସରକ୍ଷା ଦେବାରେ ବନ କର୍ମଚାରୀମାନେ ବିଫଳ ହୋଇଥିôବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଚିଲିକା ବନାଞ୍ଚଳ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ପଚାରିବାରେ ପକ୍ଷୀଗୁଡ଼ିକ ଡଙ୍ଗାରୁ ଜବତ ହୋଇଥିବା ବେଳେ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା କହିଛନ୍ତି । ବନ ବିଭାଗ ଗାଡ଼ି ଚାଳକ କୃଷ୍ଣ ଚନ୍ଦ୍ର ପାଢ଼ୀ, ଡଙ୍ଗାଚାଳକ ଧୀରେନ ଜାଲି ଓ ବନପାଳ ଶୁଭସ୍ମିତା ଦାଶ ଏହି ପକ୍ଷୀମାନଙ୍କୁ ଜବତ କରିଛନ୍ତି । ମୃତ ପକ୍ଷୀଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ କୃଷ୍ଣପ୍ରସାଦ ନିଆଯାଇଛି । ଜୀବିତ ପକ୍ଷୀମାନଙ୍କୁ ଚିକିତ୍ସା କରି ଚିଲିକାରେ ଛାଡ଼ି ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons