ଅଧୁରା ରହିଲା ପଞ୍ଚଲିଙ୍ଗେଶ୍ୱର ଦର୍ଶନ :ଚଢ଼ିଗଲା ଟ୍ରକ୍,୨ ମୃତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସୋର ନିକଟ ଛପୋଲିଆର ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି । ଦୁର୍ଘଟଣାରେ ୨ ଜଣଙ୍କର ପ୍ରାଣହାନି ଘଟିଛି । ମୃତକ ଦୁହେଁ ହେଲେ ଭଦ୍ରକ ଜିଲ୍ଲା ଧୁଷୁରି ଥାନା ଅନ୍ତର୍ଗତ ହଂସପୁର ଗାଁର ଚନ୍ଦ୍ରମଣି ରାଉତଙ୍କ ପୁଅ ଚନ୍ଦନ(୨୪), ନେଞ୍ଜରା ଗ୍ରାମର ସାଧୁଚରଣ ସ୍ୱାଇଁଙ୍କ ଝିଅ ସୀମାରାଣୀ(୨୨) । ତେବେ ଏଥିରେ ଗୁରୁତର ହୋଇ ନେଞ୍ଜରା ଗାଁର ରବୀନ୍ଦ୍ର ଜେନାଙ୍କ ଝିଅ ସ୍ୱପ୍ନାରାଣୀ ଜେନା(୨୨) ଏବେ ଚିକିତ୍ସାଧୀନ ଅଛନ୍ତି । ସମସ୍ତେ ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା ।
ଘଟଣାରୁ ପ୍ରକାଶ, ଚନ୍ଦନ, ସୀମାରାଣୀ, ସ୍ୱପ୍ନାରାଣୀ ଗୋଟିଏ ହିରୋ ଗ୍ଲାମର (ଓଡି-୨୨ସି-୨୬୦୬) ଯୋଗେ ପଞ୍ଚଲିଙ୍ଗେଶ୍ୱର ଯାଉଥିଲେ । ପୂର୍ବାହ୍ନ ୧୧ଟା ବେଳେ ସେମାନେ ସୋର ନିକଟସ୍ଥ ଛପୋଲିଆ ନିକଟରେ ପହଞ୍ଚିଥିଲେ । ଏତିକିବେଳେ ବାଲେଶ୍ୱର ଅଭିମୁଖେ ଯାଉଥିବା ଗୋଟିଏ ବିଲାତି ବୋଝେଇ ପିକ୍ଅପ ସେମାନଙ୍କୁ ଧକ୍କା ଦେଇ ଫେରାର୍ ହୋଇ ଯାଇଥିଲା । ଫଳରେ ନିୟନ୍ତ୍ରଣ ହରାଇ ସେମାନେ ବାଇକ୍ରୁ ଖସି ପଡ଼ିଥିଲେ । ଚନ୍ଦନ ଓ ସୀମାରାଣୀ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ୱପ୍ନାରାଣୀ ରାସ୍ତା ପାଶ୍ୱର୍ସ୍ଥ ନୟନଜୋରିରେ ପଡ଼ିଥିଲେ । ଏହି ସମୟରେ ପଛପଟରୁ କଲିକତା ଅଭିମୁଖେ ଯାଉଥିବା ଏକ ଅଙ୍ଗୁର ବୋଝେଇ ଏକ ଟ୍ରକ୍(ଡବ୍ଲୁ୍ୟବି-୨୫ଏଚ୍-୫୭୫୬) ଚନ୍ଦନ ଓ ସୀମାରାଣୀ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଚନ୍ଦନ, ସୀମାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।
ଏହାଦେଖି ସ୍ଥାନୀୟ ଲୋକେ ଟ୍ରକ୍କୁ ପିଛା କରି ଶେରଗଡ଼ ଟୋଲ୍ ଗେଟ୍ ନିକଟରେ ଡ୍ରାଇଭରକୁ କାବୁ କରିଥିଲେ । ପରେ ଜାତୀୟ ରାଜପଥ ଆମ୍ବୁଲାନ୍ସ, ପୁଲିସ୍କୁ ଖବର ଦେଇଥିଲେ । ସ୍ୱପ୍ନାରାଣୀଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ସୋର ହସ୍ପିଟାଲକୁ ନିଆଯାଇଥିଲା । ଦୁର୍ଘଟଣା ପରେ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ଛିଡ଼ା ହୋଇଥିଲା । ଖବରପାଇ ସୋର ଥାନା ଏଏସ୍ଆଇ ରାଧାଗୋବିନ୍ଦ ମଢ଼ୁଆଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିଥିଲେ । ପୁଲିସ ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପଠାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଥାନାରେ ଅଟକ ରଖାଯାଇଛି । ଖବରଲେଖା ହେବା ବେଳକୁ ଡ୍ରାଇଭର ଥାନାରେ ଅଟକ ରହିଛି । ମୃତ ସୀମାରାଣୀଙ୍କ ଭାଇ ଅକ୍ଷୟଙ୍କ ଅଭିଯୋଗକ୍ରମେ ଆଇଓ ରମାକାନ୍ତ ବସନ୍ତିଆଙ୍କ ତତ୍ତ୍ୱାବଧାନରେ ଏନେଇ ସୋର ଥାନା କେସ ନଂ. ୩୬/୨୦୨୦ରେ ଏକ ମାମଲା ରୁଜୁ ହୋଇଛି ।
ସୂଚନା ମୁତାବକ, ଉଭୟ ସୀମାରାଣି ଓ ସ୍ୱପ୍ନାରାଣୀ ଅସୁରାଳି ନିକଟସ୍ଥ କୋଠାର କଲେଜର ଯୁକ୍ତ ୩(କଳା)ର ତୃତୀୟ ବର୍ଷ ଛାତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons