ଭୋଜି ଖାଇ ଝାଡ଼ାବାନ୍ତିରେ ୫୧ ଆକ୍ରାନ୍ତ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ୍): ବାହାଘର ବାସି ଭୋଜି ଖାଇବା ମହଙ୍ଗା ପଡିଲା । ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ୫୧ ଜଣ ଲୋକ । କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଏହି ଘଟଣା ଦେଖିବାକୁ ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ୨୦ ଜଣ ଗାଁରେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗାଁର ସବିତା ବିଶୋୟୀ, ସୁଧୀର ବିଶୋୟୀ, ଦଇମତୀ ବିଶୋୟୀ, ପଦ୍ମିନୀ ବିଶୋୟୀ, ସୁବାସ ବିଶୋୟୀ, ମୀନ ହରିଜନ, ଶାନ୍ତି ଖିଲ, ପଦୁ ହରିଜନ, ଧନମତୀ ହରିଜନ, ଦହନା ଖିଲ, ପଦ୍ମନ ଖିଲ, ମଣି ହରିଜନ, ଅନୀଲ ହରିଜନ, ରଞ୍ଜିତା ଖିଲ, ଅମ୍ବିକା ହରିଜନ, ଲାଲମଣୀ ଟାକ୍ରୀ, କୁନି ହରିଜନ, ରଦମା ହରିଜନ, ଇନ୍ଦ୍ର ବିଶୋୟୀ ଓ ସନ୍ତୋଷ ବିଶୋୟୀ ଅଛନ୍ତି ।
ସୂଚନା ଅନୁସାରେ, ସ୍ଥାନୀୟ ବୋଦାପୁଟ ପଞ୍ଚାୟତ କୁରକୁଟି ଗାଁରେ ଗତ ଶନିବାର ଏକ ବିବାହ ଭୋଜି ଆୟୋଜନ ହୋଇଥିଲା । ବିଳମ୍ବିତ ରାତିରେ ଉକ୍ତ ଲୋକମାନେ ଭୋଜି ଖାଇଥିଲେ । ଖାଇବାର ୨ ଘଣ୍ଟା ପରେ ସମସ୍ତଙ୍କର ଝାଡାବାନ୍ତି ଆରମ୍ଭ ହୋଇଥିଲା । ଜଣକ ପରେ ଜଣଙ୍କଠାରେ ଏହାର ଲକ୍ଷଣ ଦେଖା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଜଣଜଣ କରି ରାତି ପ୍ରାୟ ୧୧ ଟା ପରେ ଗାଁଠାରୁ ୧୫ କିମି ଦୂର ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁହା ହୋଇଥିଲା । ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁ ଖବର ପାଇ ଉକ୍ତ ଗାଁକୁ ସ୍ୱତନ୍ତ୍ର ଗାଡି ପଠାଇ ଆଉ କେତେଜଣ ଆକ୍ରାନ୍ତଙ୍କୁ ଆଣିଥିଲେ । ରାତିସାରା ଆକ୍ରାନ୍ତଙ୍କ ଚିକିତ୍ସା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା । ମେଡିକାଲରେ ଏମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ପରିସ୍ଥିତିକୁ ଦେଖି ରବିବାର ସକାଳେ ଜୟପୁର ଏଡିଏମ୍ଓ ଡାକ୍ତର ଅରୁଣ କୁମାର ପାଢ଼ି, ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁଙ୍କ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଥିଲେ । ଗାଁରେ ରହିଥିବା ୨୦ ଜଣଙ୍କର ଚିକିତ୍ସା କରିଥିଲେ । ଡାକ୍ତରୀ ଦଳ ପରିସ୍ଥିତି ପ୍ରତି ବିଶେଷ ଦୃଷ୍ଟି ରଖିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons