ଉମରକୋଟ,(ବି.ବି.ନୁ୍ୟଜ୍): ଉମରକୋଟ ଥାନା ପୂଜାରୀଭରଣ୍ଡି ଗାଁର ଜଣେ ଦିନମଜୁରିଆଙ୍କୁ ଆୟକର ବିଭାଗର ନୋଟିସ୍ ଆସିଛି । ଦିନମଜୁରିଆ ଭାବେ କାମ କରୁଥିବା ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ ୧କୋଟି ୪୭ ଲକ୍ଷ ୫୭ ଟଙ୍କାର କାରବାର ହୋଇଥିବା ନୋଟିସ୍ରେ ଉଲ୍ଲେଖ ରହିଛି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ସନଧର ୭ବର୍ଷ ହେଲା ପୂଜାରୀଗୁଡା ଗାଁର ପପୁ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ପାଖରେ କାମ କରୁଛନ୍ତି । ତାଙ୍କ ଅଜାଣତରେ ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ସେ କହିଛନ୍ତି । ମାଲିକ ଶ୍ରୀ ଅଗ୍ରୱାଲ ସନଧରଙ୍କ ନାଁରେ ଆକାଉଣ୍ଟ ଖୋଲିବା ସହ ବିଭିନ୍ନ ସମୟରେ ତାଙ୍କ ଠାରୁ ସାଦାକାଗଜରେ ଦସ୍ତଖତ ନେଇଥିବା ସେ କହିଛନ୍ତି । ତେବେ ଏନେଇ ତାଙ୍କୁ କିଛି ଜଣା ନଥିବା ସେ କହିଛନ୍ତି । ଅନ୍ୟପକ୍ଷେ ଶ୍ରୀ ଅଗ୍ରୱାଲଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିବା ସହ କଣ ହୋଇଛି ପଚାରି କହିବେ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.