ବେତନଟୀ,(ବି.ବି.ନୁ୍ୟଜ୍): ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏହି ଆତଙ୍କ ମୟୂରଭଂଜକୁ ଗ୍ରାସ କରିବାକୁ ବସିଲାଣି । ଜିଲ୍ଲାର ବେତନଟୀ ତଥା ଆଖପାଖ ଅଞ୍ଚଳରେ ପକ୍ଷୀଗୁଡିକ ଅସୁସ୍ଥ ହେବା ସହିତ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି । ଏହି ବ୍ଲକ ଅଧିନ ଯୁଗ୍ପୁରା ଗ୍ରାମରେ ଦେଖାଦେଇଛି କୁକୁଡା ମଡ଼କ । ଗତ ୩ଦିନ ମଧ୍ୟରେ ୫୦ରୁ ଅଧିକ ବଡ଼ କୁକୁଡା ମରି ଥିବାବେଳେ ୩୦ରୁ ଅଧିକ କୁକୁଡ଼ା ଚିଆଁ ମରିସାରିଲେଣି । ଅସୁସ୍ଥ ଅଛନ୍ତି ଶତାଧିକ କୁକୁଡା । କୁକୁଡ଼ାଗୁଡିକ ମହାମାରୀ ବାର୍ଡ ଫ୍ଲୁରେ ଆକ୍ରାନ୍ତ ଥିବା ଗ୍ରାମବାସୀ ସନେ୍ଦହ ପ୍ରକଟ କରିଛନ୍ତି । ଗ୍ରାମର ସୋମବାରୀ ମହାନ୍ତିଙ୍କର ୧୦ଟି, ବଳଭଦ୍ର ମହାନ୍ତିଙ୍କର ୧୩ଟି, ରବୀନ୍ଦ୍ର ପରିଡାଙ୍କ ୪ଟି, ପ୍ରଫୁଲ୍ଲ ମହାନ୍ତିଙ୍କ ୬ଟି, ରାଧାମୋହନ ମହାନ୍ତଙ୍କ ୪ଟି ବଡ କୁକୁଡା ସମେତ ବହୁସଂଖ୍ୟକ ଚିଆଁ ପର୍ଯ୍ୟାୟକ୍ରମେ ତିନିଦିନ ମଧ୍ୟରେ ମୃତ୍ୟୁବରଣ କରିସାରିଲେଣି । ଅନୁରୂପ ଭାବେ ଏକାଧିକ ଗ୍ରାମବାସୀଙ୍କ କୁକୁଡ଼ା ମରିଛନ୍ତି ।
ଏନେଇ ବୈଶିଙ୍ଗା ଡାକ୍ତରଖାନା ପକ୍ଷରୁ କୈାଣସି ଅଧିକାରୀ ଗ୍ରାମରେ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôକ ଡ. ଅଭୟ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ସେ ଗୁରୁବାର ଦିନ ଏକ ଜିଲ୍ଲାସ୍ତରୀୟ ଟିମ୍କୁ ତଦନ୍ତ ପାଇଁ ପଠାଇବା ସହିତ ସ୍ଥିତି ଅନୁଧ୍ୟାନ ଏବଂ ମୁମୂର୍ଷୁ କୁକୁଡ଼ାଗୁଡିକରୁ ନମୂନା ସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ବାର୍ଡଫ୍ଲୁର ଚିହ୍ନଟ ଅଦ୍ୟାବଧି ପରିଲକ୍ଷିତ ହୋଇନଥିଲେ ମଧ୍ୟ ଯୁଗ୍ପୁରା ଗ୍ରାମରେ ତିନିଦିନ ମଧ୍ୟରେ କ୍ରମାଗତ ଭାବେ କୁକୁଡା ମୃତ୍ୟୁ ହେଉଥିବାରୁ ଏହା ବାର୍ଡ ଫ୍ଲୁର ପ୍ରଭାବ ବୋଲି ସନେ୍ଦହ କରି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।
Comments are closed, but trackbacks and pingbacks are open.