ମାଓଗଡ଼ରେ ସାପ୍ତାହିକ ହାଟ ଆରମ୍ଭ

Get real time updates directly on you device, subscribe now.

ମାଥିଲି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କର୍ତ୍ତନପାଲ୍ଲି । ମାଓଗଡ଼ ଭାବେ ପରିଚିତ ଏହି ଅଞ୍ଚଳରେ ଏବେ ଆରମ୍ଭ ହୋଇଛି ସାପ୍ତାହିକ ହାଟ । ଗୁରୁବାର ଏହି ହାଟକୁ ଉଦ୍ଘାଟନ କରିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ । ଏଠାରେ ପୂର୍ବରୁ ମାଓବାଦୀଙ୍କ ଦବ୍ଦବା ରହିଥିଲା । ଅଞ୍ଚଳବାସୀ ହାଟ ପାଇଁ ଦୂରଦୂରାନ୍ତକୁ ଯାଉଥିଲେ । ଯିବାଆସିବା ସମୟରେ ମାଓବାଦୀମାନେ ବିଭିନ୍ନ ସମୟରେ ପୁଲିସ ଇନଫର୍ମର ସନେ୍ଦହରେ ସେମାନଙ୍କୁ ମାଡ ମାରିବା ସହ ହତ୍ୟା କରୁଥିଲେ । ଏବେ ଲୋକେ ଏକାଠି ହେଲେ ସେହି ସମସ୍ୟା ଦୂର ହେବ ଏବଂ ଆଦିବାସୀମାନଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି କୁହାଯାଉଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସଡିପିଓ ଶ୍ରୀ ହେମ୍ବ୍ରମ କହିଛନ୍ତି, ଏଣିକି ହାଟରେ ଆଖପାଖ ଅଞ୍ଚଳବାସୀଙ୍କ ସମାଗମ ହେବ । ସେମାନେ ସୁଖଦୁଃଖ ହେବା ସହ ସାଂସ୍କୃତିକ ଭାବ ବିନିମୟ ବଢିବ । ଅଞ୍ଚଳର ବିକାଶରେ ସାପ୍ତାହିକ ହାଟ ନିଶ୍ଚୟ ସହାୟକ ହେବ । ନକ୍ସଲଙ୍କ ଜୁଲମ ଧୀରେଧୀରେ ହ୍ରାସ ପାଇବ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଥିଲି ଥାନା ଅଧିକାରୀ ଜନ୍ କୁଜୁର, ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କପେ, ସ୍ଥାନୀୟ ସରପଞ୍ଚ ଫୁଲମତୀ ଜିରାମ, ଏଏସଆଇ ରାଜେନ୍ଦ୍ର ପାଙ୍ଗିଙ୍କ ସମେତ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ । ହାଟ ସମ୍ପର୍କରେ ପୂର୍ବରୁ ଖବର ଦିଆଯାଇଥିବାରୁ ପ୍ରାୟ ୩୦ ଖଣ୍ଡ ଗାଁର ଲୋକ ଉପସ୍ଥିତ ଥିଲେ । ଏମିତିକି ବୈପାରିଗୁଡା ବ୍ଲକ ତେନ୍ତୁଳିଗୁମ୍ମା ପଞ୍ଚାୟତରୁ ବି ବହୁ ଲୋକ ଆସିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତ୍ରିନାଥ ଭୂମିଆ, ବିଏସଏଫ କମାଣ୍ଡାଣ୍ଟ ମଧ୍ୟ ଉପସ୍ଥିତ ଥିଲେ ।
କର୍ତ୍ତନପାଲିରେ ପୂର୍ବରୁ ମାଓବାଦୀମାନେ ଟଣସୁନ୍ଦର ଭୂମିଆ, ବାରା ଗାଁର ଦାଶୁରୁ ଦୁରୁଆ, କୋପ୍ରା ଗାଁର ଧବଲୁ ନାୟକ ଓ ଖଟୁଆପଦରର ପରଦେଶୀ ଦୁରୁଆଙ୍କୁ ପୁଲିସ୍ ଇନଫର୍ମର ସନେ୍ଦହରେ ହତ୍ୟା କରିଥିଲେ । ନିରିହ ଲୋକଙ୍କୁ ନିସ୍ତୁକ ମାଡ ମାରୁଥିଲେ । ରାସ୍ତା କାମରେ ବ୍ୟବହୃତ ଜେସିବି, ଟ୍ୟାଙ୍କର, ରୋଲର, ଟ୍ରାକ୍ଟରକୁ ପୋଡି ଦେଉଥିଲେ । କିଛିବର୍ଷ ହେଲା କର୍ତ୍ତନପାଲିରେ ବିଏସଏଫ କ୍ୟାମ୍ପ ଓ ପୁଲିସ ଫାଣ୍ଡି ସ୍ଥାପନ ହେବା ପରେ ଗ୍ରାମବାସୀଙ୍କ ମନରୁ ନକ୍ସଲଭୟ ଦୂର ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons