ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ମେଣ୍ଢରାଜପୁରରେ ନିର୍ବନ୍ଧକୁ ଯାଉଥିବା ବସରେ ୧୧ କେଭି ତାର ଲାଗି ୧୦ ଜୀବନ ଗଲା ପରେ ଚେତିଛନ୍ତି ସରକାର । ଅବହେଳା ପାଇଁ ଶକ୍ତି ବିଭାଗ (ସାଉଥ୍କୋ) ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୨ ଜଣ ଏସ୍ଡିଓ ଏବଂ ୨ ଜଣ ଜେଇଙ୍କୁ ନିଲମ୍ବିତ କରାଯାଇଛି । ନୂଆ ନିଦେ୍ର୍ଧଶନାମା ଜାରି କରିଛି ଶକ୍ତି ବିଭାଗ । ଯେଉଁଠି ୧୧କେଭି ତାର ମାଟିଠାରୁ ୨୦ ଫୁଟରୁ କମ୍ ଉଚ୍ଚତାରେ ଅଛି ତୁରନ୍ତ ସେଠାରେ ତାର ଅଧିକ ଉଚ୍ଚାକୁ ଉଠାଇବାକୁ ଶକ୍ତି ବିଭାଗ ନିଦେ୍ର୍ଧଶ ଦେଇଛି । ମାତ୍ର ଏଭଳି ଅଘଟଣ ପାଇଁ ବାସ୍ତବରେ କିଏ ଦାୟୀ ତାହା ଏଯାଏ ବି ଜାଣିପାରୁନାହାନ୍ତି ସରକାର । ପରିବହନ, ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପର ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି । ଉତ୍ତରଦାୟିତ୍ୱ ନେବାକୁ ସମସ୍ତେ କୁନ୍ଥକୁନ୍ଥ । ଏହା ଆକସ୍ମିକ ଦୁର୍ଘଟଣା ନା ମନୁଷ୍ୟକୃତ ଥିଲା ସେ ପ୍ରଶ୍ନର ଜବାବ ସରକାରଙ୍କ ପାଖରେ ନାହିଁ ।
ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜପୁର ବସ୍ ଟ୍ରାଜେଡି ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଏକ ଜରୁରି ବୈଠକ ଡାକିଥିଲେ । ଏ ବୈଠକରେ କେମିତି ବସ୍ରେ ୧୧ କେଭି ତାର ଲାଗିଲା, କେଉଁ ବିଭାଗ ଏଥିରେ ଅବହେଳା କରିଛି, ୧୦ ଅମୂଲ୍ୟ ଜୀବନ ଯିବା ପାଇଁ କିଏ ଦାୟୀ ତାହାର କାରଣ ଖୋଜା ଯାଇଥିଲା । ବୈଠକରେ ଶକ୍ତି, ପରିବହନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିÂ ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ ସମସ୍ତେ ନିଜଆଡୁ ଦୋଷ ଛଡ଼ାଇ ଅନ୍ୟ ଆଡ଼କୁ ଠେଲିଥିଲେ । ସାଉଥ୍କୋ ତଦନ୍ତ ରିପୋର୍ଟ ଦେଇଛି ଯେ ଯେଉଁ ସ୍ଥାନରେ ଏ ମର୍ମନ୍ତୁଦ ଘଟଣା ଘଟିଲା ସେ ରାସ୍ତା ୨୦୧୮ ଜୁଲାଇ ମାସରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିମାଣ କରିଛି । ଏ ରାସ୍ତା ନିର୍ମାଣ ବେଳେ ପ୍ରାୟ ୪ ଫୁଟ ଉଚ୍ଚ ହୋଇଛି । ଏଥିପାଇଁ ରାସ୍ତା-ତାର ମଧ୍ୟରେ କମ୍ ବ୍ୟବଧାନରୁ ବସ୍ଟି ଯିବା ବେଳେ ୧୧ କେଭି ଲାଇନ୍ ତାର ସଂସ୍ପର୍ଶରେ ଆସିଥିଲା । ଏପରିକି ଏ ରାସ୍ତା କାମ ପରେ ୧୧ କେଭି ତାର ଅଧିକ ଉଚ୍ଚକୁ ଉଠାଇବାକୁ ସାଉଥ୍କୋ ପକ୍ଷରୁ ବହୁବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଯୋଗ କରାଯାଇ ଆବଶ୍ୟକ ପାଣ୍ଠି ମଗାଯାଇଥିଲା । ମାତ୍ର ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏତେ ଗୁରୁତ୍ୱ ଦେଇନଥିଲା କି ପାଣ୍ଠି ବରାଦ କରିନଥିଲା ।
ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ମାନିବାକୁ ନାରାଜ । ଶକ୍ତି ବିଭାଗ ଆନ୍ତରିକତାର ଅଭାବ ଓ ଅବହେଳାରୁ ଏ ଘଟଣା ଘଟିଛି ବୋଲି ବିଭାଗ ଯୁକ୍ତି ଦର୍ଶାଇଥିଲା । ତେବେ ତୁରନ୍ତ ପଦକ୍ଷେପ ଭାବେ ବୈଠକରେ ମୁଣ୍ଡ ଖୋଜା ଯାଇଥିଲା । ପ୍ରଥମ ଦଫାରେ ୪ ମୁଣ୍ଡ ନେଇ ସହମତି ପ୍ରକାଶ ପାଇବା ପରେ ଶକ୍ତିମନ୍ତ୍ରୀ ଗଣମାଧ୍ୟମକୁ କହିଲେ, ବୈଠକରେ ଏଭଳି ଦୁଃଖଦାୟକ ଘଟଣା ପାଇଁ ଆମେ ସମୀକ୍ଷା କରିଛୁ । କର୍ତ୍ତବ୍ୟରେ ଅବହେଳା ପାଇଁ ସାଉଥ୍କୋ ଡିଭିଜନ-୩ର ସହକାରୀ ଯନ୍ତ୍ରୀ ବିଶ୍ୱରଞ୍ଜନ ମହାପାତ୍ର, କନିÂ ଯନ୍ତ୍ରୀ ଦେବାଶିଷ ନାୟକଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ଯନ୍ତ୍ରୀ ଓ କନିÂ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି ।
ଏହାଛଡ଼ା ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ଏଡ଼ାଇବାକୁ ଶକ୍ତି ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । କୌଣସି ସ୍ଥାନରେ ୧୧ କେଭି ବିଜୁଳି ତାର ଭୂଇଁଠାରୁ ୨୦ ଫୁଟରୁ କମ୍ ଉଚ୍ଚତାରେ ରହିବନି । ଏ ନେଇ ସମସ୍ତ ଡିଭିଜନ ଦୁଇ ଦିନ ମଧ୍ୟରେ ସର୍ଭେ କରିବା ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ତଳକୁ ଝୁଲିଥିବା ତାର ଉପରକୁ ଉଠାଇବାକୁ କୁହାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଏ କାମ ହେବ । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ମ୍ୟାପିଂ କରାଯିବ । ସମସ୍ତ ଲାଇନ୍ମ୍ୟାନଙ୍କୁ ବିଜୁଳି ନିରାପତ୍ତା ନେଇ ସଚେତନ କରାଯିବାକୁ କର୍ମଶାଳା ଆୟୋଜନ ହେବ । ମାଷ୍ଟରଟ୍ରେନରମାନେ ତାଲିମ ପ୍ରଦାନ କରିବେ ।
ଏଣିକି ପୂର୍ତ୍ତ, ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କରିବା ପୂର୍ବରୁ ଶକ୍ତି ବିଭାଗର ଅନୁମତି ନେବେ । ରାସ୍ତା କାମ ପୂର୍ବରୁ ଶକ୍ତି ବିଭାଗ ବିଜୁଳି ତାରର ଉଚ୍ଚତାକୁ ଦେଖି କେତେ ଉଚ୍ଚରେ ତାର ଯିବ ଏବଂ ରାସ୍ତାର ଉଚ୍ଚତା କେତେ ରହିବ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଯାଇ ପ୍ରକଳ୍ପ କାମକୁ ଅନୁମତି ମିଳିବ । କୌଣସି ବିଭାଗ ମନଇଛା ଏଣିକି ରାସ୍ତା କାମ କରିପାରିବେନି ବୋଲି ନିଷ୍ପତ୍ତି ହୋଇଛି । ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଶକ୍ତି ବିଭାଗ ଏ ଦିଗରେ ଅବହେଳା କରିଛି । ଏତେ କମ୍ ଉଚ୍ଚତାରେ ବିଜୁଳି ତାର ରହିଲେ ଦୁର୍ଘଟଣା ହୋଇ ଲୋକ ମୃତୁ୍ୟବରଣ କରୁଛନ୍ତି । ଯେଉଁ ରାସ୍ତାରେ ବସ୍ ଯାଉଥିଲା ସେ ରାସ୍ତା ବସ୍ ଯାତାୟତ ପାଇଁ ଉପଯୁକ୍ତ ନୁହେଁ । ବସ୍ ଯିବାକୁ ଅନୁମତି ଥିଲା ନା ନାହିଁ ତାର ତଦନ୍ତ ହେବ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ହେବ ।
ଆଜିର ବୈଠକରେ ଗ୍ରୀଡକୋ ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ସୌରଭ ଗର୍ଗ ଉପସ୍ଥିତ ରହି କହିଲେ ବିଭାଗର ୩୦ ଅଧିକାରୀ ୩୦ ଜିଲ୍ଲା ଗସ୍ତରେ ଯିବେ । ଯେଉଁଠି ଅସୁରକ୍ଷିତ ଅବସ୍ଥାରେ ବିଜୁଳି ବ୍ୟବସ୍ଥା ଥିବ ତାର ରିପୋର୍ଟ ଦେବେ । ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ ସୁରକ୍ଷା ନେଇ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ । ପରିବହନ ବିଭାଗ କମିଶନର ସଂଜୀବ ପଣ୍ଡା ଏଭଳି ଘଟଣା ଏଡ଼ାଇବାକୁ ବିଭାଗ ସଜାଗ ରହିବ ବୋଲି ମତ ରଖିଥିଲେ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ ୫୦/୬୦ ବର୍ଷ ହେବ ପୁରୁଣା ବିଜୁଳି ଖୁଣ୍ଟ ଓ ଝୁଲିକି ଥିବା ତାର ସଜାଡ଼ିବାକୁ ଓଇଆରସି ରାଜ୍ୟ ସରକାରଙ୍କୁ ୨୦୦୯ ରେ ପ୍ରସ୍ତାବ ଦେଇଥିଲେ । ପୁରୁଣାକାଳିଆ ତାର ଓ ଖୁଣ୍ଟି ବ୍ୟବସ୍ଥା ବଦଳାଇବା ନେଇ ସରକାରଙ୍କ ଆନ୍ତରିକତା ପ୍ରକାଶ ପାଇନଥିବାରୁ ଏମିତି ଦୁର୍ଘଟଣାରେ ଅମୂଲ୍ୟ ଜୀବନ ଯାଉଛି ।
Comments are closed, but trackbacks and pingbacks are open.