ଜଗତସିଂହପୁର,(ବି.ବି.ନୁ୍ୟଜ୍): ପ୍ରେମ ପାଇଁ ଯାଇଛି ଦୁଇ ଜଣଙ୍କ ଜୀବନ । ଏମିତିକା ଏକ ସମ୍ବେଦନଶୀଳ, ଅଭାବନୀୟ, ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ । ପ୍ରେମରେ ଅସଫଳ ହେବା ଆଶଙ୍କାରେ ପ୍ରେମିକ ପ୍ରଥମେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ, ପ୍ରେମିକର ମୃତୁ୍ୟ ଖବର ପାଇ ପ୍ରେମିକା ମଧ୍ୟ ରଶିରେ ଝୁଲିପଡ଼ି ଜୀବନ ହାରି ଦେଇଛନ୍ତି । ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ମୃତକ ଦୁହେଁ ହେଉଛନ୍ତି କୃଷ୍ଣଦାସପୁର ପଞ୍ଚାୟତର ବରିପଡା ଗାଁର ଉପେନ୍ଦ୍ର ସ୍ୱାଇଁଙ୍କ ପୁଅ ଲିଟୁ ଓରଫ ବିରଜା ପ୍ରସାଦ ସ୍ୱାଇଁ (୨୩) ଓ ଚଷାପଡ଼ା ଗାଁର ବିକ୍ରମ ମହାରଣାଙ୍କ ଝିଅ ସୁଇଟି ଓରଫ ଜିଜ୍ଞାସା ମହାରଣା(୧୫) । ଲିଟୁ ଜଗତସିଂହପୁର ଥାନା କାଦୁଅପଡା ପଞ୍ଚାୟତର ପଳାସହୁଡାଠାରେ ଥିବା ନିକାଞ୍ଚନ ସ୍ଥାନରେ ଏକ ପଳାଶ ଗଛରେ ରଶି ବାନ୍ଧି ଝୁଲି ପଡିଥିବା ବେଳେ, ସୁଇଟି ନିଜ ଘରେ ଫ୍ୟାନ୍ରେ ଗାମୁଛା ବାନ୍ଧି ଝୁଲି ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଥାନା ଓ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।
ପୁଲିସ ଓ ଅଞ୍ଚଳବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଲିଟୁ ଓ ସୁଇଟିଙ୍କ ମଧ୍ୟରେ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଲୁଚାଛପାରେ ଉଭୟ କେତେବେଳେ କେମିତି ଦେଖାଚାହାଁ ହୋଇ କଥାବାର୍ତ୍ତା ହେଉଥିଲେ । ଉଭୟଙ୍କ ଘର ଗୋଟିଏ ପଞ୍ଚାୟତରେ । ଲିଟୁ ବାପାଙ୍କର ଚଷାପଡା ଛକରେ ଏକ ସିମେଣ୍ଟ ପ୍ରଡକ୍ଟ ଦୋକାନ ରହିଛି । ଲିଟୁ ପ୍ରାୟ ସମୟ ଏହି ଦୋକାନକୁ ଆସନ୍ତି । ଏଥିସହିତ ଘରେ ଥିବା ଏକ ଟ୍ରାକ୍ଟର କଥା ମଧ୍ୟ ଲିଟୁ ବୁଝାବୁଝି କରନ୍ତି । ସୁଇଟି ଗାଁ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢନ୍ତି । ସୁଇଟି ସ୍କୁଲକୁ ଯିବା ଆସିବା କରିବା ବେଳେ ଉଭୟଙ୍କ ମଧ୍ୟରେ ଦେଖାଚାହାଁରୁ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ସୁଇଟିଙ୍କର ମାଟ୍ରିକ ପରୀକ୍ଷା ପାଖେଇ ଆସୁଥିବାରୁ ସେ ପାଠପଢାରେ ମନ ଦେଇଥିଲେ । ଫଳରେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ପାରିନଥିଲା । ଲିଟୁ ପ୍ରେମିକାକୁ ଦେଖିôବାକୁ ନପାଇ ବ୍ୟସ୍ତ ବିବ୍ରତ ହୋଇ ପଡିଥିବା ବେଳେ ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ସୁଇଟି ସମୟ ବାହାର କରିପାରିଥିବା କୁହାଯାଉଛି । ତେବେ ଉଭୟଙ୍କ ପ୍ରେମ ସମ୍ପର୍କ ବାବଦରେ ପରିବାର ଲୋକେ ସୁରାକ ପାଇନଥିଲେ । ଗତକାଲି ସନ୍ଧ୍ୟାରେ ଉଭୟଙ୍କର ଗାଁ ମୁଣ୍ଡରେ ଦେଖାସାକ୍ଷାତ ହୋଇଥିବା କେତେ ଜଣ କହୁଛନ୍ତି । ଉଭୟ କିଛି ସମୟ ପାଇଁ ଗପସପ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କ’ଣ ହୋଇଥିଲା କେଜାଣି ଆଜି ଏଭଳି ଅଘଟଣ ଦେଖିôବାକୁ ମିଳିଥିଲା ।
ଲିଟୁ ଗତକାଲି ରାତି ପ୍ରାୟ ୮ଟା ସମୟରେ ତାଙ୍କ ବାପାଙ୍କଠାରୁ ପଇସା ନେଇ ପେଟ୍ରୋଲ ପମ୍ପକୁ ଗାଡିରେ ତେଲ ପକାଇବା ପାଇଁ ଯାଇଥିଲେ । ତେବେ ଘରକୁ ଫେରି ତା ପରେ କେଉଁଆଡେ ଚାଲି ଯାଇଥିଲେ । ଅନେକ ଖୋଜାଖୋଜି ପରେ ତାଙ୍କୁ ପରିବାର ଲୋକେ ପାଇ ନଥିଲେ । ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଘରଠାରୁ ୫୦୦ ମିଟର ଦୂର କାଦୁଅପଡା ପଞ୍ଚାୟତ ଦାଦପୁର ମୌଜା ଅଧୀନ ପଳାସହୁଡାରୁ ଉଦ୍ଧାର କରାଯାଇଥିଲା । ସେପଟେ ପ୍ରେମିକ ଲିଟୁଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ସୁଇଟି ଆଜି ଦିନ ଦଶଟା ସମୟରେ ଘର ଭିତରେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ପଡିଥିଲେ । ପରିବାର ଲୋକେ ଝିଅକୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲକୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ଫଳରେ ଝିଅକୁ ଆଉ ମେଡିକାଲ ନନେଇ ସେମାନେ ଘରକୁ ଫେରାଇ ଆଣିଥିଲେ । ଖବର ପାଇ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ର ଓ ବାଲିକୁଦା ଥାନାଧିକାରୀ ସର୍ବେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁଇଟି ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି । ତେବେ ଲିଟୁଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିôବା ଥାନା ଆଇଆଇସି ସୂଚନା ଦେଇଛନ୍ତି । ଦୁଇ ଦୁଇଟି ରହସ୍ୟମୟ ଅପମୃତୁ୍ୟର କାରଣ କଣ ହୋଇପାରେ ସେନେଇ ସମସ୍ତେ ସନେ୍ଦହରେ ପଡ଼ିଥିବା ବେଳେ ଅଞ୍ଚଳରେ ଘଟଣାଟି ଆଲୋଚନାର ବିଷୟ ପାଲଟିଛି ।
Comments are closed, but trackbacks and pingbacks are open.