କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆରମ୍ଭ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ଅର୍କବିହାରସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୩୪ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ମନୋଜ୍ଞ ପରିବେଶରେ ଉଦ୍ଘାଟିତ ହୋଇଯାଇଛି । ଉତ୍ସବକୁ ଶୋଭନୀୟ ଶିକ୍ଷାଶ୍ରମ ଅଧ୍ୟକ୍ଷା ରୁକ୍ମିଣୀ ଦେବୀ, ସୁଲୋଚନା ପ୍ରଧାନ, ଶିବାଶିଷ ପ୍ରଧାନ, ଗୁରୁପଦ ବଳିଆରସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଘଣ୍ଟ ମର୍ଦଳ ଓ ଶଙ୍ଖ ଧ୍ୱନିର ତାଳେତାଳେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଣ୍ଡପରେ ବିଜେ ହେବା ପରେ ନୃତ୍ୟଶିଳ୍ପୀ ଅପୂର୍ବ ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ ପଞ୍ଚଦେବ ସ୍ତୁତି । ପରେ କୋଣାର୍କ ନାଟ୍ୟମଣ୍ଡପ ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ନିଦେ୍ର୍ଧଶନାରେ ସାଥିମାନେ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଏଥିରେ ଶିବ ପଞ୍ଚକ, ଦେବଦେବ ମହାଦେବଙ୍କ ପଦବନ୍ଦନା, ପୂଜା ଆରାଧନା ଦେଖିବାକୁ ମିଳିଥିଲା ।
ଦ୍ୱିତୀୟ ଚରଣରେ ସୁର ମନ୍ଦିର କଟକର ଗୁରୁ ଜ୍ୟୋସ୍ନାରାଣୀ ସାହୁ ଓ ସାଥିଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଥମେ ନୃତ୍ୟରେ ପରଷିଥିଲେ ହରି ଓମ୍ । ପରେ ନୃତ୍ୟାଭିନୟରେ ରାସାନୁରାଗ । ବର୍ଷାର ଆଗମନରେ ମୟୁର ଓ ମୟୁରୀର ଯୁଗଳ ନୃତ୍ୟ ଦେଖି ପ୍ରେମିକାର ପ୍ରେମିକ କଥା ମନେ ପଡ଼ିଯାଇଛି । ପାଖରେ ପ୍ରେମିକକୁ ନପାଇ ପ୍ରେମିକା ବିରହ ମନରେ ଚିଠିଟିଏ ଲେଖିଛି ନିଜର ମନକଥାକୁ । ଏହାକୁ ନିଖୁଣ ଭାବେ ପରଷିଥିଲେ ନୃତ୍ୟାଙ୍ଗନା ମାନେ । ଉତ୍ସବକୁ ଇଂରାଜୀରେ ସିନ୍ଧୁ ବ୍ରାଉନ୍ ଓ ଓଡ଼ିଆରେ ବିଶ୍ୱଜିତ ବଳିଆରସିଂହ ସଂଯୋଜନା କରିଥିଲେ ।
ଗୁରୁବାର ଦ୍ୱିତୀୟ ସଂଧ୍ୟାରେ ଗୁରୁ ଡଃ ବିଜୟ ଜେନାଙ୍କ ଓଡ଼ିଶୀ ସଂଗୀତ, ରୁଦ୍ରାକ୍ଷ ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ରଘୁରାଜପୁର ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ ହେବ । ଉତ୍ସବକୁ କୋଣାର୍କ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons