ଅଟୋରୁ ଖସିି ପ୍ରଥମ ଶ୍ରେଣୀ ଛାତ୍ର ମୃତ

Get real time updates directly on you device, subscribe now.

ଦିଗପହଣ୍ଡି (ବି.ବି.ନୁ୍ୟଜ୍): ଚଳନ୍ତା ଅଟୋରୁ ଖସିି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତୁ୍ୟ । ମୃତକ ଦିଗପହଣ୍ଡି ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଅଜୟ ପ୍ରଧାନ (୫) । ଆଜି ପୂର୍ବାହ୍ନ ୯ଟାରେ ଅଟୋ ଯୋଗେ ସ୍କୁଲକୁ ଆସୁଥିବା ବେଳେ ଦିଗପହଣ୍ଡି-ପୋଡ଼ାମାରି ମୁଖ୍ୟ ରାସ୍ତା ଉପରବସା ଠାରେ କୌଣସି କାରଣରୁ ଅଜୟ ଚଳନ୍ତା ଅଟୋରୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଅଜୟ ଗୁରୁତର ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜୟକୁ ଉଦ୍ଧାର କରି ଅଟୋ ଚାଳକ ଦିଗପହଣ୍ଡି ଗୋÂୀ ସ୍ୱାାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇ ଯାଇଥିବା କୁହାଯାଉଛି । ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରର ମୃତୁ୍ୟ ଖବର ପାଇ ସ୍କୁଲ ଛୁଟି କରି ଦିଆଯାଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନଆସିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଦିଗପହଣ୍ଡି-ଚିକିଟି ରାସ୍ତାକୁ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ । ତିଳେଶ୍ୱର ଗ୍ରାମବାସୀ ଓ ଅଜୟଙ୍କ ମାମୁ ଖବର ପାଇ ଆନେ୍ଦାଳନରେ ସାମିଲ ହୋଇଥିଲେ । ରାସ୍ତାରୋକ ଆନେ୍ଦାଳନ ଯୋଗୁଁ ଚିକିଟି-ଦିଗପହଣ୍ଡି ରାସ୍ତାରେ ୩ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା । ମୃତକ ପରିବାରକୁ କ୍ଷତିପୂରଣ ଜିଦରେ ଅଟଳ ଥିଲେ ଆନେ୍ଦାଳନକାରୀ । ଅପରାହ୍ନ ୩ଟାରେ ୧.୩୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ପ୍ରତିଶ୍ରୁତି ମଳିବାରୁ ରାସ୍ତାରୋକ ହଟିଥିଲା । ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି । ଏନେଇ ଥାନା କେସ୍ ୩୪/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
ଅଜୟର ନିଜ ଗ୍ରାମ କବିସୂର୍ଯ୍ୟନଗର । ତାଙ୍କ ବାପା ସୁରଟରେ କାମ କରୁଛନ୍ତି । ସେଥିପାଇଁ ଅଜୟକୁ ମାମୁ ଘର ତିଳେଶ୍ୱର ଗ୍ରାମରେ ପଢିବା ପାଇଁ ଛାଡ଼ିଥିଲେ । ଆଜି ସକାଳୁ ସେ ସୁରଟରୁ ଫେରିଛନ୍ତି । ସକାଳ ୯ଟାରେ ଅଜୟ ଅଟୋରୁ ଖସି ଆହତ ହୋଇଥିବା ଶାଳକ ହରିକୃଷ୍ଣ ବିଷୋୟୀଙ୍କ ଠାରୁ ଖବର ପାଇଥିଲେ । ସେ ଓ ତାଙ୍କ ସ୍ତ୍ରୀ ନିବେଦିତା ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଅର ଶବକୁ ଧରି କାନ୍ଦି କାନ୍ଦି ବାପା ବୁଲୁ ପ୍ରଧାନ କହିଛନ୍ତି ଯେ ଅଜୟ ପ୍ରତିଦିନ ମୋବାଇଲରେ କଥା ହେଉଥିଲା । ସୁରଟରୁ ଫେରିଲେ ତା’ପାଇଁ ବେବି ସାଇକେଲ କିଣି ଦେବ ବୋଲି କହିଥିଲା । ହେଲେ ସେ ସବୁ ସ୍ୱପ୍ନ ଅଜୟର ଭାଗ୍ୟରେ ଜୁଟିଲା ନାହିଁ ବୋଲି କୋହ ସମ୍ବରଣ କରିନପାରି ବାପା ବୁଲୁ ପ୍ରଧାନ ଏହା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons