ଭଦ୍ରକରେ ଦୁଇଗୋÂୀ ମୁହାଁମୁହିଁ, ୨ କର୍ମୀ ଆହତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଦୀର୍ଘ ୨୦ ବର୍ଷ ଧରି ଦେଶର ସର୍ବବୃହତ ଜାତୀୟ ଦଳ କଂଗ୍ରେସ କ୍ଷମତା ଅଳିନ୍ଦ ଠାରୁ ଦୂରରେ । ଦଳୀୟ କନ୍ଦଳ ଦଳକୁ ଦୁର୍ବଳ କରିଛି । ତଥାପି କେହି ଚେତୁ ନାହାନ୍ତି । ଏବେ ଓଡ଼ିଶାରେ କଂଗ୍ରେସ ନିଜ ସ୍ଥିତି ଦୃଢ଼ କରିବାକୁ ଉଦ୍ୟମ କରୁଥିଲେ ହେଁ ଗୋଡ଼ ଟଣା ନୀତି ଦଳକୁ ରସାତଳଗାମୀ କରୁଛି । ଏହାର ସଦ୍ୟ ଉଦାହରଣ ଆଜି ଭଦ୍ରକରେ ଦେଖିବାକୁ ମିଳିଛି । ଆଜି ଭଦ୍ରକ ଗସ୍ତରେ ଆସିଥିଲେ ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତିଙ୍କ ପହଞ୍ଚିବା ପୂର୍ବରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ୨ଜଣ କର୍ମୀଙ୍କୁ ଅନ୍ୟ କେତେକ କର୍ମୀ ଆକ୍ରମଣ କରିଥିଲେ । ଭିଡ଼ା ଝିଙ୍କା କରି ତାଙ୍କ ସାର୍ଟ ଚିରିଦେଇଥିଲେ । ଅନ୍ୟକର୍ମୀଙ୍କ ମାଡ଼ରେ ଦୁଇ କର୍ମୀ ଆହତ ହୋଇଥିଲେ । ପରେ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା । ପ୍ରାକ୍ତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ ସହରାଞ୍ଚଳ ଥାନାରେ ପହଞ୍ଚି ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରଥିଲେ । ଜିଲ୍ଲାରେ ଦଳର ଦୟନୀୟ ସ୍ଥିତିର ବାସ୍ତବତା ସମ୍ପର୍କରେ ଜିତେନ୍ଦ୍ର ସିଂଙ୍କୁ ଜଣାଇବାକୁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିବା ସେ କହିଥିଲେ । ପରେ ଖବର ପାଇ ସହରାଞ୍ଚଳ ପୁଲିସ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଥିଲା ।
ଆଜି ଦଳୀୟ ବୈଠକ ଚାଲିଥିବା ବେଳେ ଚାନ୍ଦବାଲି ବିଧାନସଭା କ୍ଷେତ୍ରର କର୍ମୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଦଳୀୟ ନେତାଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଅପରପକ୍ଷେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଭବେନ୍ଦ୍ର ସାହୁ ସବୁକିଛି ଠିକ ଚାଲିନଥିବା ଅଭିଯୋଗ କରି ଜିତେନ୍ଦ୍ର ସିଂଙ୍କୁ ନଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଆଜି କାର୍ଯ୍ୟକ୍ରମ ଠାରୁ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଥିଲା । କିନ୍ତୁ କର୍ମୀଙ୍କ ମଧ୍ୟରେ କଥା କଟାକଟି ଓ ହାତାହାତି ଘଟଣାକୁ ହାଲୁକା ଭାବେ ନେଇଛନ୍ତି ଜିଲ୍ଲା ସଭାପତି ଅଶୋକ ଦାସ । ଦଳର ସମୀକ୍ଷା ବୈଠକ ପୂର୍ବରୁ କେତେକ କର୍ମୀଙ୍କ ମଧ୍ୟରେ ହାତାହାତି ଘଟଣା ବ୍ୟକ୍ତିଗତ ଶତ୍ରତାକୁ କେନ୍ଦ୍ର କରି ହୋଇ ଥାଇପାରେ ବୋଲି କହିଛନ୍ତି । ସେଥିରେ ଦଳର କିଛି ଯାଏ ଆସେ ନାହିଁ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଯୋଗ୍ୟ, ବାରମ୍ବାର ପରାଜୟ ପରେ କଂଗ୍ରେସ କର୍ମୀମାନେ ଏବେ ନିଷ୍କ୍ରିୟ ହେବାରେ ଲାଗିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପରି ପ୍ରାୟ ସମସ୍ତ ବିଧାନସଭା କ୍ଷେତ୍ରରେ ଗତ ନିର୍ବାଚନ ବେଳେ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ସବୁଠି ଏକାଧିକ ଆଶାୟୀ ଥିବାରୁ ମନୋନୀତ ପ୍ରାର୍ଥୀଙ୍କୁ ନେଇ ବହୁ କର୍ମୀ ଅସନ୍ତୁଷ୍ଟ ଥିଲେ । ଶାସକ ଦଳକୁ ମୁକାବିଲା କରିବା ପରିବର୍ତ୍ତେ ନିଜ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯାଇଥିଲେ । ଏପରିକି ଶେଷ ମୁହୂର୍ତ୍ତରେ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗଦେଇଥିଲେ । ବିଶେଷକରି ଚାନ୍ଦବାଲି, ଭଦ୍ରକ, ଧାମନଗର, ବାସୁଦେବପୁରରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ଯାହାର ସ୍ପଷ୍ଟ ପ୍ରତିଫଳନ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଥିଲା । ସଂଘବଦ୍ଧ ହୋଇ ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରିବା ଅପେକ୍ଷା ନଜ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥିଲେ ବହୁ ଅସନ୍ତୁଷ୍ଟ ଟିକେଟ ଆଶାୟୀ ନେତା ଓ ସେମାନଙ୍କ ଅନୁଗତ । ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଲେ ଦଳ ଆଗେଇ ପାରିବନାହିଁ ଜାଣି ମଧ୍ୟ କିଛି ନେତା ଓ କର୍ମୀ ନିଜ ଗୋଡ଼ରେ କୁରାଢି ମାରିଥିଲେ । ଯାହାକି ତୃଣମୂଳସ୍ତରର କର୍ମୀଙ୍କୁ ହିତୋତ୍ସାହ କରିଛି ବୋଲି ଆଜି ବୈଠକରେ ଯୋଗଦେଇଥିବା ବହୁ ନେତା ମତବ୍ୟକ୍ତ କରିଛନ୍ତି ।
ଗତ ସାଧାରଣ ନିର୍ବାଚନ ପରେ ଦଳ ପକ୍ଷରୁ ଏକାଧିକ ସମୀକ୍ଷା ବୈଠକ ଅନୁÂିତ ହୋଇଥିଲେ ମଧ୍ୟ ବୁଧବାର ପ୍ରଥମଥର ପାଇଁ ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ଓ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ସହପ୍ରଭାରୀ ରୁଦ୍ର ରାଜୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିÂ ନେତା ଅନନ୍ତ ପ୍ରସାଦ ସେଠୀ ଭଦ୍ରକ ଗସ୍ତରେ ଆସିଥିଲେ । ଜିଲ୍ଲା ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁÂିତ ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ୫ଟିଯାକ ବିଧାନସଭା କ୍ଷେତ୍ରର ପରାଜିତ ବିଧାୟକ ପ୍ରାର୍ଥୀମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ନିଜ ନିଜ ମଧ୍ୟରେ ଥିବା ସମସ୍ତ ମତଭେଦ ଭୁଲି ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବିଶେଷକରି ଶାସକ ଦଳର କୁଶାସନ, ଦୁର୍ବଳତା ଓ ଦୁର୍ନୀତି ବିରୋଧରେ କର୍ମୀମାନେ ସଂଗଠିତ ହେବାକୁ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଆହ୍ୱାନ ଦେଇଥିଲେ । ଅପରାହ୍ନ ୨ଟାରେ ଉଭୟ ଶ୍ରୀ ସିଂ ଓ ଶ୍ରୀ ପଟ୍ଟନାୟକ ବାଲେଶ୍ୱରରୁ ଆସି ଭଦ୍ରକରେ ପହଞ୍ଚିବା ପରେ ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ବରିÂ ନେତା ଦିଲ୍ଲୀପ ନାୟକ, ଦେବରୂପ ମହାନ୍ତି, ସୁବ୍ରତ ଦାସ, ଦିଗାମ୍ବର ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons