ଆସିକା,(ବି.ବି.ନୁ୍ୟଜ୍): ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆସିକା ପୁଲିସ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ଆଜି ଗିରଫ କରିଛି । ଗିରଫ ମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଗ୍ରାମର ଦ୍ୱିଜବର ଦିଗାଲ(୪୩), କୁମାରୀ ଦିଗାଲ ଓ ଫଗୁନି ଦିଗାଲ । ଏନ୍ଡିପିସି ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।
ସକାଳୁ ପୁଲିସ ପାଟ୍ରୋଲିଂ କରୁଥିଲା । ଫିରିଙ୍ଗିଆରୁ ଏକ ବସ୍ ଯୋଗେ ଆସି ଆସିକା ବସ୍ଷ୍ଟାଣ୍ଡ୍ ଠାରେ ଏହି ତିନି ଜଣ ପହଞ୍ଚିଥିଲେ । ସେମାନଙ୍କ ହାତରେ ତିନିଟି ଏୟାର ବ୍ୟାଗ୍ ରହିଥିବାବେଳେ ସେମାନଙ୍କ ଚାଲିଚଳଣିରୁ ପୁଲିସ ସନେ୍ଦହ କରିଥିଲା । ମେସାନଙ୍କ ବ୍ୟାଗ୍ ପୁଲିସ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ୧୨ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ଭୁବନେଶ୍ୱର ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଛି । ପ୍ରାୟ ସମୟରେ କନ୍ଧମାଳରୁ ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱରକୁ ଚାଲାଣ ହେଉଥିବା ନଜିର ରହିଛି । କିଛି ଦିନ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ଥାନା ସୂତ୍ରରୁ ପ୍ରକାଶ ।
Comments are closed, but trackbacks and pingbacks are open.