ନିଶାରାଣୀ ସାରା ଓ ସହଯୋଗୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶେଷରେ ପୁଲିସ ହାତରେ ଧରା ପଡ଼ିଛନ୍ତି ନିଶାରାଣୀ ସାରା । କମିଶନରେଟ୍ ପୁଲିସର ଡ୍ରଗ୍ ଟାସ୍କ୍ ଫୋର୍ସ ସାରା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ସହ ଅଢେ଼ଇ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଛି । ସାରା ଓରଫ ସରୋଜିନୀ ଧଳ(୩୪)ଙ୍କ ଘର ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହି । ସାରାଙ୍କ ସହଯୋଗୀ ଖଣ୍ଡଗିରି ସୁଗାର କେନ୍ କଲୋନୀରେ ରହୁଥିବା ନୟାଗଡ଼ ସୁବର୍ଣ୍ଣେଽଇପୁରର ପ୍ରକାଶ କୁମାର ପ୍ରଧାନ(୩୦)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ବ୍ରାଉନ୍ସୁଗର ସହ ଅଟୋ, ୫ ହଜାର ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ସାରା ଓ ପ୍ରକାଶଙ୍କୁ ଖଣ୍ଡଗିରି ଥାନା ପୁଲିସ ଜିମା ଽିଆଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ସାରା ଽୀର୍ଘଽିନ ଧରି ବ୍ରାଉନ୍ସୁଗର କାରବାର କରି ଆସୁଥିଲେ । ସେ ପ୍ରକାଶଙ୍କ ସହଯୋଗରେ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ଅଟୋରେ ଆଣି ରାଜଧାନୀର ଖୁଚୁରା ବେପାରୀଙ୍କୁ ଯୋଗାଇ ଆସୁଥିଲେ । କିଛିଽିନ ହେବ ସେ ଡ୍ରଗ୍ ଟାସ୍କ ଫୋର୍ସ ସ୍କାନରରେ ଥିଲେ । ଗତକାଲି ଅପରାହ୍ଣରେ ସାରା ଓ ପ୍ରକାଶ ବ୍ରାଉନ୍ସୁଗର ଧରି ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ଛକରେ ବେପାରୀଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଡ୍ରଗ୍ ଟାସ୍କ ଫୋର୍ସ ସେଠାରେ ଚଢ଼ଉ କରିଥିଲା । ଯାଞ୍ଚବେଳେ ସେମାନଙ୍କ ଠାରୁ ୨୫ ଗ୍ରାମ ବ୍ରାଉନ୍ସୁଗର, ୫ ହଜାର ଟଙ୍କା ଓ ୩ଟି ମୋବାଇଲ ମିଳିଥିଲା । ଜବତ ବ୍ରାଉନ୍ସୁଗରର ମୂଲ୍ୟ ଅଢେ଼ଇ ଲକ୍ଷ ଟଙ୍କା ହେବ । ପୁଲିସ ଟିମ୍ ଽୁଇଜଣଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନା ପୁଲିସ ଜିମା େଽଇଥିଲା । ପୁଲିସ ସାରା ଓ ପ୍ରକାଶଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଽିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons