ଗୋପାଳପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅଧୀନ ପରିଡ଼ା ପଞ୍ଚାୟତର ଗୋପାଳପୁର ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ୫ଟି ପରିବାରର ପ୍ରାୟ ୧୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତଙ୍କ ପରିବାର ପକ୍ଷରୁ ଜଣାଯାଇଛି । ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଗର୍ବଭତୀ । କାଶୀନଗର ଅଗ୍ନିଶମ ବିଭାଗ ଗୋପାଳପୁରରେ ପହଞ୍ଚô ନିଅାଁକୁ ଆୟତ୍ତ କରିଥିଲା ।
ସୂଚନା ଅନୁସାରେ, ଗୋପାଳପୁର ଗ୍ରାମରେ ଆଜି ସକାଳ ପ୍ରାୟ ୯ରୁ ୯.୩୦ ମିନିଟ୍ ସମୟ ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ବୁଡ଼ ରଇତ, ସେବୀୟ ରଇତ, ଅନ୍ୟୟ ରଇତ, ସିଙ୍ଗି ରଇତ ଓ ଡୁମବା ରଇତଙ୍କ ୧୬ ବଖରା ଘର ଜଳିଯାଇଛି । ନିଅାଁ ଲାଗିଥିବା ଦେଖି ଲୋକେ ବୁଡ଼ ରଉତଙ୍କ ଘରୁ ତାଙ୍କ ଗର୍ଭବତୀ ବୋହୂ ମେରି ରଇତଙ୍କୁ ଉଦ୍ଧାର କରିଥିଲେ । ଏହାସହ ଗ୍ରାମବାସୀ ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ନିକସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଗ୍ରାମକୁ ଦମକଳ ଗାଡ଼ି ଆସିବା ବେଳକୁ ୫ଟି ପରିବାର ପ୍ରାୟ ୧୬ ବଖରା ଘରେ ନିଅାଁ ଲାଗିଯାଇଥିଲା । ଏଥିରେ ପାଞ୍ଚ ପରିବାରର ପ୍ରାୟ ୫୦ଲକ୍ଷ ଟଙ୍କାର ଆସଭାବପତ୍ର ଜିଳିଯାଇଛି । ଖବର ପାଇ ବ୍ଲକ୍ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ସମତେ ସରପଞ୍ଚ ହେମା ଗମାଙ୍ଗ, ଅତିରିକ୍ତ ତହସିଲଦାର ସୁରେଶ ମାଝୀ, ରାଜସ୍ୱ ନିରୀକ୍ଷକ ବିଜୟ ଶଙ୍ଖର, ଗ୍ରାମସେବକ ବି.ଶଙ୍ଖର ରାଓ ଓ ସୁପର ଭାଇଜର ଘଟଣା ସ୍ଥଳରେ ପହଞ୍ଚô କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସମାବେଦନା ଜଣାଇଛନ୍ତି । ଅଗ୍ନିକାଣ୍ଡ ପ୍ରଭାବିତଙ୍କୁ ବର୍ତ୍ତମାନ ପାଖ ମଣ୍ଡଳୀ ଗୃହରେ ରଖି ରନ୍ଧା ଖାଦ୍ୟ ସହ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେବେ ଯଥାଶୀଘ୍ର ସେମାନଙ୍କୁ ପ୍ରଶାସନ ତରଫରୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons