ତୁମୁଡିବନ୍ଧ : ପୁଅର କୁରାଢ଼ୀ ଚୋଟରେ ମାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେ । ମା ପ୍ରମା ପ୍ରଧାନ (୪୦) ଘରେ ଅଇଁଠା ବାସନ ମାଜୁଥିବା ବେଳେ ପୁଅ ପଛପଟରୁ ଆସି ଅତର୍କିତ ଆକ୍ରମଣ କରିଥିଲା । ମାଙ୍କୁ ହତ୍ୟା କରିବା ଘଟଣାରେ ପୁଅ ସୁନୀଲ ପ୍ରଧାନ (୨୦)କୁ ପୋଲିସ ଗିରଫ କରିଛି । ଆଜି ସକାଳ ପ୍ରାୟ ୯ଟାରେ ଘଟିଛି ଏହି ଘଟଣା ।
ସୁନୀଲ ଅଚାନକ ମା’ଙ୍କ ମୁଣ୍ଡକୁ କୁରାଢ଼ୀରେ ହାଣି ଦେଇଥିଲା। ଫଳରେ ପ୍ରମା ତଳେ ପଡ଼ି ପ୍ରାଣ ହରଇଥିଲେ। ହତ୍ୟା ପରେ ସୁନୀଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ପୁଲିସ ତାକୁ ଗିରଫ କରିଥିଲା । ହତ୍ୟାକାଣ୍ଡ ଦେଖିଥିବା ପଡ଼ିଶା ଲୋକେ ଚିତ୍କାର କରିବାରୁ ଘଟଣାସ୍ଥଳରେ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ପୁଲିସ ଅଭିଯୁକ୍ତ ସୁନୀଲକୁ ଅଧିକ ପଚରାଉଚରା କରୁଛି ।
Comments are closed, but trackbacks and pingbacks are open.