ନୂଆପଡ଼ା: ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଞ୍ଚଳର ଚାଷ ଜମିରେ ଥିବା ଏକ ମହୁଲ ଗଛରେ ନାବାଳକ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଝୁଲନ୍ତା ମୃତ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକ। ଖବର ପାଇ ଧରମବନ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ମୃତ ନାବାଳିକାଙ୍କୁ ସେବାଶ୍ରମର ହଷ୍ଟେଲ ଭେଣ୍ଟିଲେଟର ଭାଙ୍ଗି ନାବାଳକ ଜଣକ ନେଇଯାଇଥିବା କୁହାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
Comments are closed, but trackbacks and pingbacks are open.