କେଶବ ନାଁରେ କଳଙ୍କ: ସେକ୍ସ ରାକେଟ୍ କାରବାରରେ ସାଜିଥିଲା ଡାହାଣ ହାତ

Get real time updates directly on you device, subscribe now.

ଭୁବନେଶ୍ବର: ସେକ୍ସ ରାକେଟର ପେଣ୍ଠସ୍ଥଳି ପାଲିଟିଛି ରାଜଧାନୀ ଭୁବନେଶ୍ବର। ଦିନକୁ ଦିନ ସେକ୍ସ ରାକେଟର ପାଦୃଭାବ ବଢ଼ିବାରେ ଲାଗିଛି। ସେକ୍ସ ରାକେଟରେ ସଂପୃକ୍ତ କେଶବ ସାହୁ ନାମକ ଜଣେ ଦଲାଲକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ।
ଭୁବନେଶ୍ବରରେ ଜଣେ ବାଙ୍ଗଲାଦେଶୀ ଯୁବତୀଙ୍କୁ ଦେହ କାରବାରରେ ନିୟୋଜିତ କରିବାକୁ ଉଦ୍ୟମ କରୁଥିବା ବେଳେ କେଶବକୁ ଗିରଫ କରାଯାଇଥିଲା । କେଶବ ନିକଟରୁ ଉଦ୍ଧାର ବାଂଲାଦେଶୀ ଯୁବତୀଙ୍କୁ ଖୋର୍ଦ୍ଧାର ଏକ ସେଲ୍ଟର ସେଣ୍ଟରରେ ରଖାଯାଇଛି ।
କେଶବ ପୁର୍ବରୁ ଗିରଫ ଦେହ ଦଲାଲ ଇବ୍ରାହିମ ଖାଁ ଓ ରୁକସାର ବେଗମଙ୍କ ସହିତ ପଞ୍ଚନନ ପାଢୀ ଓ ତାର ପତ୍ନୀ ପ୍ରୀତି ପାଢୀର ଡାହାଣ ହାତ ଭାବେ କାମ କରୁଥିଲା । କେଶବ ମୋବାଇଲରୁ ବହୁ ଝିଅ ଓ ବଡ ବଡ ଜମିଦାରଙ୍କ ସଂପୃକ୍ତ ଥିବା ଏସଟିଏଫକୁ ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons