ସ୍ବାମୀ ହେଲା ସାତପର: ଯୌତୁକ ନିଆଁରେ ଜଳିଗଲା ସବୁ ସ୍ବପ୍ନ

Get real time updates directly on you device, subscribe now.

ଦଶରଥପୁର: ଯୌତୁକ ନିଆଁରେ ଜଳିଗଲା ସବୁ ସ୍ବପ୍ନ। ତିନି ମାସର ଗର୍ଭବତୀ ମହିଳାଙ୍କୁ ବିଷ ପିଆଇବା ପରେ ତଣ୍ଟିଚିପି ହତ୍ୟା କରିଥିବା ମୃତା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମ ବିବାହ କରି ସ୍ବାମୀଙ୍କୁ ପଣତ କାନିରେ ବାନ୍ଧି ରଖିବାର ଆଶା ମୌଳି ଯାଇଛି। ୨୦୧୯ ମସିହା ଅକ୍ଟୋବର ମାସରେ ଦାଣ୍ଡିସାହି ଗ୍ରାମର ନବଘନ ଜେନାଙ୍କ ଝିଅ ରାକ୍ଷୀ ଜେନା ମହାନ୍ତିପାଟଣା ଗ୍ରାମର ସୁରଜ ମଲ୍ଳିକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ୟାତନା। ସ୍ବାମୀ ହୋଇଯାଇଥିଲା ସାତ ପର। ଯୌତୁକ ବାବଦକୁ ସୁରଜଙ୍କ ପରିବାର ଲୋକେ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ।
ମୃତା ମହିଳାଙ୍କ ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ। ତାଙ୍କ ବାପା ନବଘନ ଦିନ ମଜୁରିଆ ଭାବେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଅଭାବି ଲୋକ କେଉଁଠୁ ବା ଏତେ ଟଙ୍କା ଆଣିବେ। ଏତେ ଟଙ୍କା​‌ ଦେଇ ପାରିବେ ନାହିଁ ନବଘନ ମନା କରି ଦେଇଥିଲେ। ଝିଅ ପ୍ରତି ହେଉଥିବା ନିର୍ୟାତନ ସହି ନ ପାରି ପରବର୍ତ୍ତୀ ସମୟରେ ଟଙ୍କା ଦେବେ ବୋଲି ନବଘନ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଟଙ୍କା ଦେବା ବିଳମ୍ବ ହେବାରୁ ରାକ୍ଷୀଙ୍କୁ ଶାଶୂଘର ଲୋକେ ବିଷ ଦେଇ ତଣ୍ଟି ଚିପି ହତ୍ୟା କରିବା ପରେ ରଶିରେ ଝୁଲାଇ ଦେଇଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ। ଏଭଳି ଅନେକ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତା ରାକ୍ଷୀଙ୍କ ବାପଘର ଲୋକେ।
ଗତ ଶନିବାର ସକାଳ ୫ଟାରେ ରାକ୍ଷୀଙ୍କୁ ହତ୍ୟା କରାଯାଇଛି। ବିଷ ଖାଇଲେ ଯେଉଁ ଲକ୍ଷଣ ପରିଲକ୍ଷିତ ହୁଏ ରାକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସେହି ଲକ୍ଷଣ ଦେଖିବାକୁ ମିଳିଛି। ଅର୍ଥାତ ତାଙ୍କ ନାକ ଓ ପାଟିରୁ ପେଣ ବାହାରୁଥିବାର ଦୃଶ୍ୟ ମଧ୍ୟ ରହିଛି। ହତ୍ୟା ଅଭିଯୋଗରେ ମୃତା ରାକ୍ଷୀଙ୍କ ସ୍ବାମୀ ସୁରଜଙ୍କୁ ପୋଲିସ ଗିରଫ କରିଛି। ଏଥିସହ କେସ୍‌ ନମ୍ବର ୭୯/୨୦ରେ ଆଇପିସି ଧାରା ୪୯୮(ଏ)/ ୩୦୪(ବି)/ ୩୦୨/୩୪/୪ ଆଧାରରେ ପୋଲିସ ମାମଲାରୁ ରୁଜୁ କରିଛି। ମୃତା ରାକ୍ଷୀଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିବା ବେଳେ ଶାଶୂ ସ୍ନେହଲତା ମଲ୍ଲିକ, ଶ୍ବଶୁର ଅଜୟ ମଲ୍ଲିକ ଓ ଦିଅର ସଞ୍ଜୟ ମଲ୍ଲିକ ନାମରେ ପୋଲିସ୍‌ ମାମଲା ରୁଜୁ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons