ପୁରୀରେ ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ

Get real time updates directly on you device, subscribe now.

ପୁରୀ: ପୁରୀରେ ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ। ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଭିକାରୀଙ୍କୁ ଥଇଥାନ କରିବା ସହ ସେମାନଙ୍କ ରହିବାର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ପ୍ରଥମ ଥର ପାଇଁ ‘ନିଳାଦ୍ରୀ ନିଳୟ’ ନାମରେ ଏହି ଯୋଜନା କାର୍ୟ୍ୟକାରୀ ହେବାକୁ ଯାଉଛି। ଏଥିରେ ଭିକାରୀମାନଙ୍କୁ ମାଗଣା ଖାଇବା, ରହିବା, ସ୍ୱାସ୍ଥ୍ୟସେବା ଏବଂ ଥଇଥାନର ସମସ୍ତ ସୁବିଧା ବୋଲି ଜିଲ୍ଲାପାଳ କହିଛନ୍ତି।
ପୁରୀରେ ଭିକ୍ଷାବୃତ୍ତିକୁ ସମ୍ପୁର୍ଣ୍ଣ ବନ୍ଦ ବନ୍ଦ କରିବାକୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ଅଭିନବ ପ୍ରୟାସ। ଏଥିରେ ଭିକାରୀମାନଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ପ୍ରାୟ ୮ ଟି ପୁର୍ନବାସ କେନ୍ଦ୍ରରେ ଥଇଥାନ କରାଯିବ। ସେମାନଙ୍କୁ ମାଗଣା ଖାଇବା, ରହିବା, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ହେଲେ କର୍ମ ନିଯୁକ୍ତିର ସୁଯୋଗ ମଧ୍ୟ ଦିଆଯିବ। ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ଭିଖାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ନାବଳକ ଭିଖାରୀଙ୍କୁ ସିଡ଼ବ୍ଲୁସି ମାଧ୍ୟମରେ ଥଇଥାନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ଏନେଇ ଏକ ବୈଠକ କରି ୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପ୍ରତ୍ୟେକ ଭିକାରୀଙ୍କୁ ମାସିକ ମୁଣ୍ତ ପିଛା ୩୪୦୦ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, କୁଷ୍ଠରୋଗୀ ଭିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଥଇଥାନର ବ୍ୟବସ୍ଥା କରାଯିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons