ଭବାନୀପାଟଣାରେ ଯାନବାହନ ଚେକିଂ କଡ଼ାକଡ଼ି

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଭବାନୀପାଟଣା ସହରରେ ଆଞ୍ଚଳିକ ପରିବହନ ଓ ପୁଲିସ ପକ୍ଷରୁ ଯୁଗ୍ମ ଭାବେ ଯାନବାହନ ଚେକିଂ କରାଯାଇଛି । ଦିନକର ଯାଞ୍ଚରେ ୫୮ଜଣଙ୍କ ଠାରୁ ମୋଟ ୩ ଲକ୍ଷ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ହେଲମେଟ ପିନ୍ଧି ନଥିବା ୪୭ଜଣ ବାଇକ ଚାଳକଙ୍କଠାରୁ ଚାଲାଣ କଟା ଯାଇଥିବା ବେଳେ ସିଟବେଲ୍ଟ ବାନ୍ଧି ନଥିବା ୪ଚକିଆ ଯାନର ୩ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ସେହିପରି ମଦ୍ୟପାନ କରି ଗାଡ଼ି ଓ ବାଇକ୍ ଚଳାଉଥିବା ୬ଜଣଙ୍କୁ ଓ ମାଲ ପରିବହନ ଗାଡ଼ିରେ ଯାତ୍ରୀ ନେଉଥିବା ୨ଟି ଗାଡ଼ିକୁ ଚାଲାଣ କଟାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦିନବନ୍ଧୁ ଶୁଣ୍ଢି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons