କଟକ,(ବି.ବି.ନୁ୍ୟଜ୍): ଜଣେ ମାତୃହନ୍ତା ଆସାମୀକୁ ରାଉରକେଲା ଅତିରିକ୍ତ ସେସନ୍ସ ଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲାବେଳେ ହାଇକୋର୍ଟ ଏହାକୁ ୧୦ବର୍ଷ ଜେଲ୍ଦଣ୍ଡକୁ ହ୍ରାସ କରିଛନ୍ତି । ଆସାମୀ ଜାଣିଶୁଣି ଏଭଳି ହତ୍ୟା କରିନଥିବାରୁ ଏକ୍ଷେତ୍ରରେ ଲାଗୁ ହୋଇଥିବା ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ ପରିବର୍ତ୍ତେ ହାଇକୋର୍ଟ ୩୦୪(ପାର୍ଟ-୧) ଲାଗୁ ହେବ ବୋଲି ନିଦେ୍ର୍ଧଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ୨୦୦୮ ମସିହା ଫେବ୍ରୁଆରୀ ୧୨ ତାରିଖ ଦିନ ରାଉରକେଲାର ମୁଣ୍ଡାରି ବସ୍ତିରେ ରହୁଥିବା ସନ୍ତୋଷ ଟୋପୁ ଏବଂ ତା’ ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଭାଇ ହସ୍ତକ୍ଷେପ କରିବାରୁ ଉତ୍କ୍ଷିପ୍ତ ହୋଇ ସନ୍ତୋଷ ଏକ ପନିକି ଧରି ତା’ ଭାଇକୁ ମାରିବାକୁ ଗୋଡାଇଥିଲା । ଏହି ସମୟରେ ସନ୍ତୋଷର ମା’ ତାକୁ ଅଟକାଉଥିବାବେଳେ ଭୁଲ୍ବଶତଃ ପନିକି ଚୋଟ ତାଙ୍କ କାନ ପାଖରେ ବାଜିଥିଲା । ଏଥିରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ମାମଲାର ଶୁଣାଣି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ହୋଇଥିଲା । ଅଦାଲତ ମାମଲାର ଶୁଣାଣି କରି ଆସାମୀକୁ ଆଇପିସିର ୩୦୨ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ଏ କ୍ଷେତ୍ରରେ ହାଇକୋର୍ଟ ୩୦୨ ଲାଗୁ ହେବା ପ୍ରଯୁଜ୍ୟ ନୁହେଁ ବୋଲି କହିବା ସହ ୩୦୪(ପାର୍ଟ-୧ ବା ଅସାବଧାନତା ବଶତଃ ମାରିଦେବା) ଲାଗୁ ହେବ ବୋଲି ନିଦେ୍ର୍ଧଶ ଦେଇଛନ୍ତି । ଏହି ଦଫା ଆଧାରରେ ଆସାମୀ ଆଜୀବନ କାରାଦଣ୍ଡ ପରିବର୍ତ୍ତେ ୧୦ବର୍ଷ ଜେଲ୍ଦଣ୍ଡ ଭୋଗିବେ । ଏଥିସହ ୧ହଜାର ଟଙ୍କା ଜରିମାନା କରାଯାଇଥିଲାବେଳେ ଜରିମାନା ଅନାଦାୟ ଆସାମୀ ଅଧିକ ୩ମାସେ ଜେଲ୍ଦଣ୍ଡ ଭୋଗିବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି । ଯଦି ଆସାମୀ ଏହି ୧୦ବର୍ଷ ଜେଲ୍ରେ କଟାଇ ସାରିବେଣି ତାହେଲେ ତାଙ୍କୁ ଜେଲ୍ରୁ ଛାଡ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.