ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ୍): ଦକ୍ଷିଣ-ପୂର୍ବ ରେଳବାଇର ବସ୍ତା ରେଳଷ୍ଟେସନ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ଏକ ମାଲବାହୀ ଟ୍ରେନ୍ । କୋଇଲା ବୋଝେଇ ଟ୍ରେନରୁ ଅଲଗା ହୋଇଗଲା ବଗି । ୫୫ଟି ବଗି ରେଳଧାରଣା ଉପରେ ରହିଯାଇଥିବା ବେଳେ ଇଞ୍ଜିନ୍ଟି ୩ଟି ବଗି ନେଇ କିଛି ଦୂରକୁ ପଳାଇଥିଲା । ଫଳରେ ପ୍ରାୟ ଦେଢ଼ ଘଣ୍ଟା କାଳ ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା ।
ଘଟଣାରୁ ପ୍ରକାଶ, ବୁଧବାର ସନ୍ଧ୍ୟା ୫ଟା ୫୦ରେ ୩୨୪୨୧ ନଂରେ ଏକ ଇଞ୍ଜିନ୍ ୫୮ଟି ବଗିରେ କୋଇଲା ନେଇ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା । ବସ୍ତା ରେଳଷ୍ଟେସନ ପହଞ୍ଚôବା ପୂର୍ବରୁ ଦକ୍ଷିଣ କ୍ୟାବିନ୍ ଠାରେ ହଠାତ୍ ଇଞ୍ଜିନ୍ରୁ ୩ଟି ବଗି ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବଗିଗୁଡ଼ିକ ଅଲଗା ହେବା ପରେ ଟ୍ରେନ୍ଟି ଅଳ୍ପ କିଛି ବାଟ ଗଡ଼ିଥିଲା । ପରେ ଇଞ୍ଜିନ୍ ସହ ଦ୍ରୁତ ଗତିରେ ଷ୍ଟେସନ ଆଗରେ ଅଟକି ଯାଇଥିଲା । ଫଳରେ ଦକ୍ଷିଣ କ୍ୟାବିନ ଠାରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା । ଏକ ଘଣ୍ଟା ଧରି ଟ୍ରେନ୍ଟି ଅଟକିବା ପରେ ରେଳବାଇ କର୍ମ·ରୀ ଇଞ୍ଜିନ୍କୁ ନେଇ ବଗି ସହିତ ଯୋଡ଼ିଥିଲେ । ଫଳରେ ସନ୍ଧ୍ୟା ୭ଟାରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ତାହା ବିଭାଗୀୟ ସୂତ୍ରରୁ ଜଣାପଡ଼ିନାହିଁ । ଏହି ଘଟଣା ପରେ ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ ୧ ଘଣ୍ଟା ୨୦ ମିନିଟ୍ ଧରି ବନ୍ଦ ରହିଥିଲା । ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଇଞ୍ଜିନ୍ ନେଇ ପଳାଇଥିବା ୩ଟି ବଗିକୁ ୪ ନମ୍ବର ଲୁପ ଲାଇନରେ ରଖି ଅନ୍ୟ ୫୫ଟି ବଗି ନେଇ ଟ୍ରେନ୍ ଯାତ୍ରା କରିଥିବା ସୂଚନା ମିଳିଛି । ଏନେଇ ବସ୍ତା ଷ୍ଟେସନ ମାଷ୍ଟରଙ୍କ କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons