ଫାଶୀ ନେଇ ତଥାପି ଟଳିନି ସନ୍ଦେହ, ମାର୍ଚ୍ଚ ୨୩ରେ ଅଲଗା ଅଲଗା ଫାଶୀ ନେଇ ସୁପ୍ରିମକୋର୍ଟରେ ଅଛି ଶୁଣାଣି

Get real time updates directly on you device, subscribe now.

ନୂଆଦିଲ୍ଲୀ : କ୍ରମାଗତ ତିନି ଥର ନିର୍ଭୟା ଦୋଷୀଙ୍କ ଫାଶି ଘୁଞ୍ଚିବା ପରେ ଆଜି ପଟିଆଲା ହାଉସ୍ କୋର୍ଟ ଚତୁର୍ଥ ଥର ମୃତ୍ୟୁ ପରଓ୍ଵାନା ଜାରି କରିଛନ୍ତି। ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ସାଢେ ୫ଟାରେ ଫାଶିରେ ଝୁଲାଯିବାର ତାରିଖ ଓ ସମୟ ନିର୍ଦ୍ଧାରିତ କରାଯାଇଛି। ମାତ୍ର ଦୋଷୀଙ୍କୁ ଫାଶୀରେ ଝୁଲାଯିବା ନେଇ ପୁଣିଥରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଭୟା ଦୋଷୀଙ୍କୁ ଜଣ ଜଣ କରି ଫାଶି ଦେବା ଦାବି କରି ଦାୟର ଯାଚିକା ଉପରେ ମାର୍ଚ୍ଚ ୨୩ରେ ଶୁଣାଣି କରିବେ ବୋଲି କହିଛନ୍ତି। ଫଳରେ ନିର୍ଭୟା ଦୋଷୀଙ୍କ ଫାଶୀ ମାର୍ଚ୍ଚ ୨୦ରେ ହେବା ନେଇ ପୁଣି ଥରେ ସଂଶୟ ସୃଷ୍ଟି ହୋଇଛି।
ପଟିଆ ହାଉସ୍ କୋର୍ଟ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ସାଢେ ୫ଟାରେ ଫାଶୀ ଝୁଲାଯିବାକୁ ଆଜି ମୃତ୍ୟୁ ପରଓ୍ଵାନା ଜାରି କରିଛନ୍ତି। ଲାଗୁଥିଲା ମାର୍ଚ୍ଚ ୨୦ରେ ନିର୍ଭୟାଙ୍କ ମାତା-ପିତାଙ୍କୁ ନ୍ୟାୟ ମିଳିବ, ଯିଏ ଦୀର୍ଘ ୯ ବର୍ଷ ହେବ ନ୍ୟାୟ ପାଇଁ ଲଢେଇ କରି ଆସୁଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ନିର୍ଭୟା ମାମଲାରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦାଖଲ ଯାଚିକାର ଶୁଣାଣି ମାର୍ଚ୍ଚ ୨୩ରେ କରିବାକୁ ନିଷ୍ପତ୍ତି ନେବା ପଟିଆଲା ହାଉସ୍ କୋର୍ଟର ମୃତ୍ୟୁ ପରଓ୍ଵାନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସୁପ୍ରିମକୋର୍ଟଙ୍କ ଏହି ଶୁଣାଣିକୁ ଦେଖିଲେ ଲାଗୁଛି ଯେ, ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଫାଶୀ ହେବ ନାହିଁ। ଯଦି ପଟିଆଲା ହାଉସ୍ କୋର୍ଟର ମୃତ୍ୟୁ ପରଓ୍ଵାନା ହିସାବରେ ଦୋଷୀଙ୍କ ଫାଶୀ ହେବାର ଅଛି ତେବେ ସୁପ୍ରିମକୋର୍ଟ କାହିଁକି ମାର୍ଚ୍ଚ ୨୩ରେ ଶୁଣାଣି କରିବାକୁ ତାରିଖ ସ୍ଥିର କରିଛନ୍ତି। ଅର୍ଥାତ ଏଥିରୁ ଏହା ଜଣା ପଡୁଛି ଯେ, ମାର୍ଚ୍ଚ ୨୦ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ଭାରତୀୟ ଜଟିଳ ଆଇନ ବ୍ୟବସ୍ଥାର ଫାଇଦା ଉଠାଇ ନିର୍ଭୟା ଦୋଷୀ ବାରମ୍ବାର ପିଟିସନ ଦାୟର କରି ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଇ ଚାଲିଥିଲେ। ଗତକାଲି ରାଷ୍ଟ୍ରପତି ଦୋଷୀ ପବନର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ସମସ୍ତ ଆଇନଗତ ବିକଳ୍ପ ସମାପ୍ତ ହେବା ପରେ ଆଜି ଚତୁର୍ଥ ଥର ଦୋଷୀଙ୍କ ମୃତ୍ୟୁ ପରଓ୍ଵାନା ଜାରି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons