ଚୋରା ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ, ୩ ଗିରଫ

Get real time updates directly on you device, subscribe now.

ଆଠଗଡ : ଆଠଗଡ ଥାନା ପକ୍ଷରୁ ଏକ ଚୋରା ଗଞ୍ଜେଇ ଟ୍ରକ୍ ଜବତ କରାଯାଇଛି । ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଟ୍ରକର କ୍ୟାବିନରେ ୧ କ୍ବିଣ୍ଟାଲ ୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ନେଇ ଯାଉଥିବା ଆଠଗଡ ପୋଲିସ ଖବର ପାଇଥିଲା ।
ଆଠଗଡ ଗୋପବନ୍ଧୁ ଛକ ନିକଟରୁ ଟ୍ରକଟିକୁ ବୁଧବାର ରାତିରେ ଜବତ କରିଥିଲା ପୋଲିସ । ଟ୍ରକଟି ୟୁପି ଅଞ୍ଚଳର ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons