ଟ୍ରକ୍-ବାଇକ୍ ଧକ୍କା; ଘଟଣାସ୍ଥଳରେ ହିଁ ଜଳିଗଲା ଦୁଇଟି ଗାଡ଼ି

Get real time updates directly on you device, subscribe now.

ଯାଜପୁର : ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ଛକରେ ଘଟିଛି ଏହି ଦୁର୍ଘଟଣା। ବାଇକ୍‌ରେ ଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଘଟଣାପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକା ଥିଲା ଯେ, ବେଶ୍‌ କିଛି ସମୟ ପାଇଁ ଅଞ୍ଚଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଏହାସହ ଟ୍ରକର ସମ୍ମୁଖ ପାଖ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଧର୍ମଶାଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଅନ୍ୟପଟେ ସୁବର୍ଣ୍ଣପୁରରେ ଏକ ନାଳ ଭିତରକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବୀରମହାରାଜପୁର ବ୍ଲକର ଖଣ୍ଡହତା ନିକଟରେ ଘଟିଛି ଏହି ଦୁର୍ଘଟଣା। ଖଣ୍ଡହତା ନିକଟ ରେଙ୍ଗାଲି ନାଳ ବ୍ରିଜ୍‌ରୁ ଓଲଟି ଟ୍ରାକ୍ଟର ଟି ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଓ ହେଲପର୍‌ଙ୍କ ମୃତ୍ୟୁ ହୋଇଛି।
ନାଳରେ ପାଣିର ସୁଅ ଖୀପ୍ର ଥିବାରୁ ଏଥିରୁ ବର୍ତ୍ତି ପାରିନାହାନ୍ତି ଦୁଇ ଜଣ। କିଛି ଘଣ୍ଟା ପରେ ଏହି ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଟ୍ରାରକୁ ବାହାର କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons