ଅସ୍ତରଙ୍ଗ ଉପକୂଳରେ ୪୫ ଫୁଟର ମୃତ ତିମି

Get real time updates directly on you device, subscribe now.

ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ପୀର ଜାହାନିଆ-ଗଙ୍ଗାଦେବୀ ଉପକୂଳରେ ଏକ ୪୫ ଫୁଟର ମୃତ ତିମି ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି । ଖବର ପାଇ ବନ ବିଭାଗ ଏବଂ ପଶୁ ଓ ମତ୍ସ୍ୟ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚô ଏ ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି । ତିମିଟିର ବ୍ୟବଚ୍ଛେଦ ପରେ ଏହାକୁ ବାଲି ଖୋଳି ପୋତି ଦିଆଯାଇଛି ।
ଖବରରୁ ପ୍ରକାଶ ଯେ, ଗୁରୁବାର ରାତିରେ ଜଙ୍ଗଲ ବିଭାଗର କିଛି କର୍ମଚାରୀ ସମୁଦ୍ର ବେଳାଭୂମିରେ ଲାଗିଥିବା କିଛି ମଲା କଇଁଛଙ୍କୁ ପୋତୁଥିବା ବେଳେ ଜାହାନିଆ ବେଳାଭୂମି ଅନତି ଦୂରରେ ମୃତ ତିମିଟିକୁ ଦେଖିଥିଲେ । ସକାଳୁ ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଏହାକୁ ଦେଖିବା ପାଇଁ ଜମା ହୋଇ ଯାଇଥିଲେ । ତିମିଟି କୌଣସି ଜଳଯାନ ଦ୍ୱାରା ଆଘାତ ପାଇ ମରି ଯାଇଥିବା ଅନୁମାନ କରାଯାଉଥିବା ବେଳେ ଏହା ଏହା ପଚି ଯାଇଥିବା ଦେଖାଯାଇଥିଲା । ଜଙ୍ଗଲ ବିଭାଗ କର୍ମକର୍ତ୍ତା ତିମିଟିକୁ ମାପଚୁପ କରିବା ପରେ ଅସ୍ତରଙ୍ଗ ପଶୁ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଜେନା ଏହାର ବ୍ୟବଚ୍ଛେଦ କରିଥିଲେ । ପରେ ଏହାକୁ ବାଲିରେ ପୋତି ଦିଆଯାଇଥିଲା । ମୃତ ତିମିଟିର ଓଜନ ପ୍ରାୟ ୧୫ ଟନ୍ ଓ ଲମ୍ବ ପ୍ରାୟ ୪୫ ଫୁଟ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons