ବରଗଡ଼ରେ ଜାଲ୍ନୋଟ୍ କାରବାର

Get real time updates directly on you device, subscribe now.

ବରଗଡ଼, (ବି.ବି.ନୁ୍ୟଜ୍): ନକଲି ନୋଟ କାରବାର ଅଭିଯୋଗରେ ଭୁବନେଶ୍ୱର ଏସଟିଏଫ ଟିମ୍ ବରଗଡ଼ରେ ଚଢ଼ଉ କରି କିଙ୍ଗପିନ୍ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ ଲକ୍ଷ ୬ ଶହ ଟଙ୍କାର ଜାଲ ନୋଟ୍ ଜବତ୍ କରିଥିବା ବିଭାଗୀୟ ଡିଏସପି ଅରୁଣ କୁମାର ସାହୁଙ୍କଠାରୁ ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ ସରିଆର ମଙ୍ଗଳୁ ମାଲାକାର (୪୨), କଟକ ଲାଲବାଗର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ୱାର୍ଡ ନମ୍ବର ୧୮ରେ ରହୁଥିବା ସୁଦର୍ଶନ ମହାନ୍ତି (୩୬) ଏବଂ ବରଗଡ଼ ଜିଲ୍ଲା ବରପାଲି କେବାଡ଼ର ପ୍ରଫୁଲ୍ଲ ମେହେର (୫୬) ।
ସୂଚନାଯୋଗ୍ୟ ସପ୍ତାହେ ତଳୁ ଏସଟିଏଫ ଟିମ୍ ବରଗଡ଼ରେ ଜାଲ ନୋଟ୍ କାରବାର ହେଉଥିବା ସ୍ପଷ୍ଟ ଜାଣିପାରିଥିଲା । ବିଭାଗୀୟ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ନିଦେ୍ର୍ଧଶେ କ୍ରମେ ଡିଏସପି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ବରଗଡ଼ ଆସି ବିଭିନ୍ନ ସ୍ଥାନରେ ଛାପା ମାରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ୨୮୮ଟି ୫୦୦ ଟଙ୍କିଆ ନୋଟ, ୨୩୩ଟି ୨୦୦ ଟଙ୍କିଆ ନୋଟ ଏବଂ ୧୦୦ଟି ୧୦୦ ଟଙ୍କିଆ ଜାଲ ନୋଟ ଜବତ କରିଥିଲେ । ଯାଞ୍ଚରୁ ଜବତ ନୋଟ ଗୁଡ଼ିକର ୱାଟରମାର୍କ ନଥିବା ବେଳେ ଭିନ୍ନ ରଙ୍ଗ ବାରି ହୋଇଯାଇଥିବା ୧୦୦ ଟଙ୍କିଆ ନୋଟରୁ ଏସଟିଏଫ ଟିମ୍ର ସନେ୍ଦହ ପକ୍କା ହୋଇଥିଲା । ତେବେ ବରପାଲି ଥାନା କେବାଡ଼ର ପ୍ରଫୁଲ୍ଲ ମେହେର ଉପରୋକ୍ତ ନକଲି ନୋଟ ଛାପୁ ଥିବା ସମୟରେ ବାକି ଦୁଇଜଣ ତାର ମାର୍କେଟିଂ କରୁଥିବା ଏସଟିଏଫ ଜାଣିପାରିଛି । ଉଲ୍ଲେଖଯୋଗ୍ୟ ଏସଟିଏଫ ଟିମ୍ ସୁଦର୍ଶନଙ୍କ ଠାରୁ ୧୨ ହଜାର ଟଙ୍କାର ନକଲି ନୋଟ ଜବତ କରିଥିବା ସମୟରେ ପ୍ରଫୁଲ୍ଲଙ୍କ ଠାରୁ ୨୦ ହଜାର ଏବଂ ମଙ୍ଗଳୁଙ୍କ ଠାରୁ ୧୬୮୬୦୦ ଟଙ୍କା ଜବତ କରିବା ସହ ଏମାନେ ବ୍ୟବହାର କରୁଥିବା ଏକ ବାଇକ୍କୁ ମଧ୍ୟ ଜବତ୍ କରିଛି । ଏସଟିଏଫ ଟିମ ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ସମସ୍ତ ଅଭିଯୁକ୍ତକୁ ବରଗଡ଼ କୋର୍ଟରେ ହାଜର କରି ରିମାଣ୍ଡରେ ମୁଖ୍ୟାଳୟକୁ ନେବ ବୋଲି ଡିଏସପି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନକଲି ନୋଟ କରବାରର ଚେର ପଡେ଼ାଶୀ ରାଜ୍ୟ ଛତିଶଗଡ଼ ସମେତ ଆଉ କେଉଁକେଉଁ ସ୍ଥାନକୁ ମାଡ଼ିଛି ଏବଂ ଏଥିରେ ଆହୁରି କିଏ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତରୁ ସ୍ପଷ୍ଟ ହେବ ବୋଲି ଡିଏସପି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ସୂଚନାନୁସାରେ ଗୁରୁବାର ରାତି ଏସଟିଏଫ ଟିମ୍ ବରଗଡ଼ ଭଟଲି ରୋଡ ଛକ ନିକଟରେ ଥିବା ସୁଦର୍ଶନଙ୍କ ବାସଭବନ ଓ ସଂଲଗ୍ନ ଅଫିସରେ ଚଢ଼ଉ କରି ପ୍ରମାଣ ପାଇବା ପରେ ସୁଦର୍ଶନଙ୍କ ସୂଚନା କ୍ରମେ ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହା ସହ ଉପରୋକ୍ତ ବିପୁଳ ମାତ୍ରାର ନଲି ନୋଟ ଜବତ କରାଯାଇ ପାରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons