ଆନେ୍ଦାଳନକାରୀଙ୍କୁ ଉଠାଇ ନେଲା ପୁଲିସ୍

Get real time updates directly on you device, subscribe now.

ଓଡ଼ଗାଁ,(ବି.ବି.ନୁ୍ୟଜ୍): ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ଚିନିକଳ କ୍ରିୟାନୁÂାନ କମିଟିର ବନ୍ଦ ଡାକରାକୁ ପ୍ରଶାସନ ବିଗାଡ଼ି ଦେଇଛି । ଯେଉଁ ଲକ୍ଷ୍ୟରେ କ୍ରିୟାନୁÂାନ କମିଟି ଆଜିର ଏଜେଣ୍ଡା ରଖିଥିଲା ତାହାକୁ ପୂରଣ କରିବା ପୂର୍ବରୁ ସମସ୍ତ ଆନେ୍ଦାଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଥିଲା । ପୁଲିସ୍ଠାରୁ ମିଳିଥିବା ସୂଚନା ଅଦୁସାରେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ସମୁଦାୟ ୪୯ ଜଣ ଆନେ୍ଦାଳନକାରୀଙ୍କୁ ଗିରଫ କରି ପରେ ଛାଡି ଦିଆଯାଇଥିଲା । ଏଣୁ ଆଜିର ଆନେ୍ଦାଳନ ଯେଭଳି ଭାବେ ଜୋରଦାର ହେବାର ଯୋଜନା କରାଯାଇଥିଲା ତାହା ହୋଇପାରି ନଥିବା ସ୍ପଷ୍ଟ ହୋଇଛି । ରେଳ ଚଳାଚଳକୁ ସମ୍ପୁର୍ଣ୍ଣ ଅଚଳ କରିବାକୁ ଯୋଜନା ହୋଇଥିଲେ ସୁଦ୍ଧା ସ୍ୱାଭାବିକ ଟ୍ରେନ୍ ଚଳାଚଳ କରିଥିଲା । କେବଳ ସେବା ଟ୍ରେନ୍ ସକାଳ ସାଢେ ୬ଟା ପରିବର୍ତ୍ତେ ୮ଟା୧୫ ମିନିଟରେ ଯାଇଥିଲା ବେଳେ ଅନ୍ୟ ସମସ୍ତ ଟ୍ରେନ୍ ସଠିକ୍ ସମୟରେ ଯାତାୟତ କରିଥିଲା । ତେବେ ଆନେ୍ଦାଳନ ସମୟରେ ଦୋକାନ ବଜାର ପ୍ରାୟ ବନ୍ଦ ରହିଥିବାବେଳେ ଗାଡ଼ି ମୋଟର ଚଳାଚଳ କରି ନଥିଲା । ପୁଲିସ୍ ଆନେ୍ଦାଳନକାରୀଙ୍କୁ ଉଠାଇ ନେବାପରେ ବଜାରରେ ଧିରେ ଧିରେ ଗାଡିମୋଟର ଯାତାୟତ କରିଥିଲା । ବଜାରରେ ଦୋକାନଗୁଡିକ ମଧ୍ୟ ଖୋଲିବାକୁ ଆରମ୍ଭ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons