ଘର, ଜମିରେ ପଶିଲା ପାଉଁଶ ପାଣି, ଉତ୍ତେଜନା

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ୍): ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ର ଆଶ୍ ପାଇପ୍ ଫାଟିଯିବାରୁ ଥର୍ମାଲ ନିକଟସ୍ଥ ଜଗନ୍ନାଥପୁର ଗ୍ରାମରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପାଉଁଶ ମିଶ୍ରିତ ପାଣି ଲୋକଙ୍କ ଘର, ଚାଷଜମି ଓ ରାସ୍ତାରେ ମାଡ଼ିଯାଇଛି । ଏହି ଘଟଣାରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିବା ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ୱାଭାଭିକ ହୋଇଥିଲା ।
ଗ୍ରାମର ଦୟାନିଧି ସାହୁ, ଅରୁଣ ସାହୁ, ବାବୁଲି ନାୟକ, ଏମ୍ଡି ଇସଲାମ, ଜୟ ସାହୁ, କାରୁ ବାରିକ, ଜଳଧର ବାରିକ ପ୍ରମୁଖଙ୍କ ଘର ଭିତରେ ପାଉଁଶ ପାଣି ପଶି ଯାଇଥିଲା । ପାଉଁଶ ପାଣି ଯୋଗୁଁ ଘରେ ଥିବା ଆସବାବପତ୍ର ସାଙ୍ଗଗୁ ଗଚ୍ଛିତ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ପ୍ରଭାବିତ ଅଞ୍ଚଳରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଥିଲା । ସକାଳ ପ୍ରାୟ ୬ଟା ବେଳେ ପାଇପ୍ ଫାଟିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏନ୍ଟିପିସି କର୍ତ୍ତୃପକ୍ଷ ଦୁଇ ଘଣ୍ଟା ପରେ ପାଇପ୍ରେ ପାଉଁଶ ପ୍ରବାହ ବନ୍ଦ କରିଦେଇଥିଲେ । ଫଳରେ କ୍ଷୟକ୍ଷତି ରୋକାଯାଇପାରିଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବି କରି ହୋହାଲ୍ଲା କରିବା ସହ ଥର୍ମାଲ୍ ନିକଟସ୍ଥ ଚାଇଁପାଳ ଫାଣ୍ଡିରେ ଅଭିଯୋଗ କରିଥିଲେ । ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ଟା ସମୟରେ ଫାଣ୍ଡିରେ ଏ ସମ୍ପର୍କରେ କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ଏନ୍ଟିପିସିର ବରିÂ ଅଧିକାରୀ ଯୋଗ ଦେଇ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତି ପରିବାର ପିଛା ୧୦ ହଜାର ଟଙ୍କା ସହ ଘରଦ୍ୱାର, ଜମି ଓ ରାସ୍ତାରୁ ପାଉଁଶ ସଫା କରିବା, ପରିବାରର ସମସ୍ତଙ୍କୁ ମାଗଣା ଚିକିତ୍ସା ଓ ପ୍ରଭାବିତ ପରିବାରଙ୍କୁ ୩ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଏନ୍ଟିପିସି ପକ୍ଷରୁ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଥର୍ମାଲ୍ ପ୍ଲାଣ୍ଟରୁ ଏମ୍ସିଏଲ୍ର ପରିତ୍ୟକ୍ତ କୋଇଲା ଖଣିକୁ ଯାଉଥିବା ପାଣି ମିଶା ପାଉଁଶର ପାଇପ୍ ବାରମ୍ବାର ଫାଟୁଥିବାରୁ ସ୍ଥାନୀୟ ଅଧିବାସୀ କ୍ଷତିଗ୍ରସ୍ତ ହେଉଛନ୍ତି । ୩ ବର୍ଷ ତଳେ ମଧ୍ୟ ଅନୁରୂପ ଭାବେ ପାଇପ୍ ଫାଟିଯିବାରୁ ଥର୍ମାଲ୍ ପାଶ୍ୱର୍ବର୍ତ୍ତୀ ପରିବାର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ । ଅନ୍ୟ ପକ୍ଷରେ ଏହି ପାଉଁଶ ଶୁଖିଗଲା ପରେ ପବନରେ ଉଡିବାରୁ ସ୍ଥାନୀୟ ଜନସାଧାରଣ ଅତିÂ ହୋଇପଡିବା ସଙ୍ଗେ ସଙ୍ଗେ ନାନା ପ୍ରକାର ରୋଗବ୍ୟାଧିରେ ପଡ଼ୁଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ସ୍ଥାନୀୟ ଅଞ୍ଚଳବାସୀ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏନ୍ଟିପିସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ପାଇପ୍ ଫାଟିଲା ତଦନ୍ତ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons