କନ୍ଧମାଳ: କନ୍ଧମାଳରେ ଗଏଘଜଋଏଝ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ୍ର ଶିକାର। ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇ ସ୍ବାମୀ ସ୍ତ୍ରୀ ଘରକୁ ଫେରୁଥିବା ବଳେ ୨ ଜଣ ଦୁର୍ବୃତ ମୋଟର ସାଇକେଲରେ ଆସିଥିଲେ।
ସ୍ବାମୀ ଶୃଣ୍ଡି ଦିଗାଲଙ୍କୁ ଜବରଦସ୍ତ ଟାଣି ନେଇ ନିଶା ଖୁଆଇ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହାପରେ ଶୃଣ୍ଡି ଦିଗାଲଙ୍କୁ ରାସ୍ତା କଡରେ ପକାଇ ଫେରାର ହୋଇଯାଇଥିଲେ ଦୁର୍ବୃତ। ସ୍ତ୍ରୀ ସଙ୍ଗିତା ଦିଗାଲ ଅରାବାଲି ଛକ ରାସ୍ତାକଡରେ ସ୍ବାମୀ ଶୃଣ୍ଡି ଦିଗାଲ ଅଚେତ ଅବସ୍ଥାରେ ପଡିଥିବା ଦେଖି ବାରଖମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏନେଇ ବାରଖମା ଫାଣ୍ଡିରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଫାଣ୍ଡି ପୋଲିସ ଏତଲା ରଖିନଥିଲା ।
Comments are closed, but trackbacks and pingbacks are open.