ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Get real time updates directly on you device, subscribe now.

ପାଟଣା : ସାରା ରାଜ୍ୟରେ ଆଜି ହୋଲି ପର୍ବ ପାଇଁ ଉତ୍ସବର ମାହୋଲ ଥିବାବେଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଁ ନିକଟ ଏକ ହୁଡାରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବତୀ ହେଲେ ହଳଦୀବଟା ଗ୍ରାମର କନକ ନାଏକ।
ଆଜି ସକାଳୁ ଗ୍ରାମର କିଛି ଲୋକ ହୁଡ଼ାକୁ ଯାଇଥିବା ବେଳେ ଏକ ଗଛରେ ଯୁବତୀଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ମା’ ହତ୍ୟା ଅଭିଯୋଗ ଆଣିଥିବା ବେଳେ କେହି ତାଙ୍କ ସହିତ ଦୁଷ୍କର୍ମ କରି ହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons