ଖାନ୍ନଗରକୁ ଉଠିଯିବ ବାଦାମବାଡ଼ି ବସ୍ଷ୍ଟାଣ୍ଡ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ‘ଡିକଞ୍ଜେସନ୍ ପ୍ଲାନ୍’ ବା ‘ଅବରୁଦ୍ଧମୁକ୍ତ ଯୋଜନା’ ଜରିଆରେ କଟକ ସହରର ବିକାଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏସ୍ସିବି ମେଡିକାଲ୍ ଓ ରିଂରୋଡ୍ ପରେ ଏବେ କଟକର ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ ଆଡକୁ ନଜର ଦିଆଯାଇଛି । ଏ ନେଇ ଗତକାଲି ମଙ୍ଗଳବାର ଭୋରରୁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ କଟକ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ବସ୍ଷ୍ଟାଣ୍ଡ୍ର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯିବା ପରେ ଏହାକୁ ଖାନ୍ନଗର ନିକଟସ୍ଥ ବିଶ୍ୱନାଥ ପଣ୍ଡିତ ପାଠାଗାର ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ସିଏମ୍ସିର ଥିବା ପ୍ରାୟ ୩୦ ହଜାର ଜମି ଉପରେ ନୂଆ ବସ୍ଷ୍ଟାଣ୍ଡ୍ ପ୍ରତିÂା କରାଯିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ ସାମଲ୍ ପ୍ରକାଶ କରିଛନ୍ତି ।
ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ ସହ ପୁରୀ ଓ ଅନୁଗୁଳ ବସ୍ଷ୍ଟାଣ୍ଡ୍ର ରୂପରେଖ ବଦଳାଇବାକୁ ଯୋଜନା କରାଯାଉଛି । ଉଭୟ ବସ୍ଷ୍ଟାଣ୍ଡ୍ରେ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଏହାଛଡ଼ା ବସ୍ଷ୍ଟାଣ୍ଡ୍କୁ ଲାଗି ଥିବା ସରକାରୀ ଜମିକୁ ବ୍ୟବହାର କରାଯାଇ ଏହାର ସମ୍ପ୍ରସାରଣ କରାଯିବ । ସେହିପରି ବାଦାମବାଡ଼ି-ଲିଂକ୍ରୋଡ୍ ମୁଖ୍ୟରାସ୍ତାର ବିକାଶକୁ ଫୋକସ୍ କରାଯାଇଛି । ଜବରଦଖଲ ଉଚ୍ଛେଦ କରିବାକୁ ରାସ୍ତାକୁ ଚଉଡ଼ା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରାଜ୍ୟର ସବୁଠାରୁ ବଡ୍ ବସ୍ଷ୍ଟାଣ୍ଡ୍ କୁହାଯାଉଥିବା ବାଦାମବାଡ଼ିରେ ଦୀର୍ଘ ଦିନ ଧରି ବହୁ ସମସ୍ୟା ଲାଗି ରହିଛି । ଦୈନିକ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ହଜାରରୁ ଅଧିକ ବସ୍ ଏଠାରୁ ଯା’ଆସ କରୁଛି । କେବଳ ରାଜ୍ୟ ନୁହେଁ ଓଡ଼ିଶା , ବାହାରକୁ ଯାତ୍ରା କରିବାକୁ ମଧ୍ୟ ଯାତ୍ରୀ ଏଠାରେ ବସ୍ ସୁବିଧା ପାଉଛନ୍ତି । କିନ୍ତୁ ବସ୍ଷ୍ଟାଣ୍ଡ୍ର ଗୁରୁତ୍ୱ ଦୃଷ୍ଟିରୁ ଏହାର ବିକାଶ କରାଯାଇପାରିନାହିଁ । ଯାତ୍ରୀଙ୍କୁ ମୌଳିକ ସୁବିଧା ସୁଯୋଗ ମଧ୍ୟ ମିଳିପାରୁନାହିଁ । ଯାତ୍ରୀ ବିଶ୍ରାମାଗାର,ଶୌଚାଳୟ, ପିଇବା ପାଣି ସୁବିଧା ଆଦି ନଥିବାରୁ ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ଦିନ ଧରି ଏହାର ବିକାଶ କରାଯିବ ବୋଲି କହୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିଲା । ଫଳରେ ଗୁରୁତ୍ୱ ହରାଉଥିଲା ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ । ତେବେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କ ନଜରକୁ ଆସିଛି ରାଜ୍ୟର ଏହି ସର୍ବପୁରାତନ ବସ୍ଷ୍ଟାଣ୍ଡ୍ । ମଙ୍ଗଳବାର ଭୋରରୁ ୫ଟି ସଚିବ ଭି.କେ.ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କିଶନ୍ କୁମାର, ପୁଲିସ୍ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବରିÂ ଅଧିକାରୀ ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ ଏବଂ ପ୍ରସ୍ତାବିତ ଖାନ୍ନଗର ନିକଟସ୍ଥ ଜମି ବୁଲି ଦେଖିଥିଲେ । ରାଜ୍ୟର ସବୁଠାରୁ ବଡ ବସ୍ଷ୍ଟାଣ୍ଡ୍ କୁହାଯାଉଥିବା ବାଦାମବାଡ଼ିରେ କ’ଣ ସମସ୍ୟା ରହିଛି ସେ ଦିଗରେ ଆଲୋଚନା କରାଯାଇଥିଲା ।
ବସ୍ ରହିବା ସ୍ଥାନ, ପିଇବା ପାଣି ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ଯାତ୍ରୀ ବିଶ୍ରାମାଗାର, ବସ୍ପ୍ରବେଶ ଓ ପ୍ରସ୍ଥାନ ବାଟ ଆଦି ବିଭିନ୍ନ ବିଷୟକୁ ଆଲୋଚନା ପରିସରକୁ ନିଆଯାଇଥିଲା । ଏଠାରୁ ଏହି ପ୍ରଶାସନିକ ଟିମ୍ ସେସୁ ଅଫିସ୍ ଓ କଲୋନୀ ଯାଇ ସେଠାକାର ସ୍ଥିତି ଯାଞ୍ଚ୍ କରିଥିଲେ । ପରେ ରାଣୀହାଟ ହିନ୍ଦ୍ ସିନେମା ହଲ୍ ନିକଟରେ ପହଞ୍ଚô ମିସନ୍ ଏସ୍ସିବି ନବକଳେବର ଯୋଜନାର କାର୍ଯ୍ୟ ସମୀକ୍ଷା କରିଥିଲେ ୫-ଟି ସଚିବ । ତାଳଦଣ୍ଡା କେନାଲ୍ ପାଶ୍ୱର୍ ବୁଲି ଦେଖିଥିଲେ । ସେହିପରି ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ତାର ବିକାଶ ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons