ଜମିବାଡି ବିବାଦରୁ ୨ ପରିବାର ମଧ୍ୟରେ ମାରପିଟ

Get real time updates directly on you device, subscribe now.

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଳାଗଡ଼ ଗାଁରେ ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ମାଡ଼ପିଟ ଘଟିଛି। ଏଥିରେ ଆଠଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି।
ଉଭୟ ଆହତ ଓ ଗୁରୁତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଗାଁର ଅରକ୍ଷିତ ମଲ୍ଲିକ ନିଜର ନୂତନ ଘର ନିର୍ମାଣ ଆରମ୍ଭ କରିଥିଲେ। ତେବେ ତାଙ୍କ ପଡୋଶୀ ସହ ପୂର୍ବରୁ ଜମିବାଡ଼ି ବିବାଦ ଥିବାରୁ ତାଙ୍କ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅରକ୍ଷିତ ଅଭିଯୋଗ କରିଛନ୍ତି।
ଫଳରେ କୁସମ ମଳିକ ଓ ଲତା ମଳିକ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons