ଶ୍ରୀମନ୍ଦିରରୁ ଗଲା ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୦ର ପ୍ରସ୍ତୁତି ପର୍ବ । ସୋମବାର ରଥ ନିର୍ମାଣ ପାଇଁ କାଠ ଯୋଗାଡ଼ କରିବା ଉଦେ୍ଧଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ବୌଦ୍ଧ ଯାତ୍ରା କରିଛନ୍ତି । ସାଙ୍ଗରେ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ ଆଦି ପୂଜା ସାମଗ୍ରୀ ନେଇଛନ୍ତି । ଶ୍ରୀମନ୍ଦିର ବରିÂ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଭୋଇ ସର୍ଦ୍ଧାର ରବି ଭୋଇ ଓ ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଯାତ୍ରା କରିଛନ୍ତି । ରଥ କାଠ ଚିହ୍ନଟ ଅନୁକୂଳ ହେଲେ କଟା ହୋଇ ଶ୍ରୀକ୍ଷେତ୍ରରେ ପହଞ୍ଚିବ ।
ଶ୍ରୀବିଗ୍ରହଙ୍କ ରଥ ତ୍ରୟ ନିର୍ମାଣ ନିମନ୍ତେ ବୌଦ୍ଧରୁ ଆସିବ ମୋଟ୍ ୩୦୫ ଖଣ୍ଡ କାଠ । ଏଥିରେ ଧଉରା, ଅସନ ଓ ଫାସୀ କାଠ ରହିଛି । ଅସନ କାଠ ୧୨ ଫୁଟିଆ ୧୦୯ଟି, ୪୦ଫୁଟିଆ ୧୮ଟି, ଧଉରା କାଠ ୧୨ଫୁଟିଆ ୯୭ଟି, ୨୦ଫୁଟିଆ ୩ଟି, ୪୦ଫୁଟିଆ ୫୬ଟି, ଫାସୀ କାଠ ୧୪ଫୁଟିଆ ୨୨ଟି ରହିଛି । ରଥ ପାଇଁ ଉପଯୁକ୍ତ କାଠ ଚିହ୍ନଟ ପରେ କଟା ହୋଇ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବ ବୋଲି ବରିÂ ତତ୍ତ୍ୱାବଧାରକ ଶ୍ରୀ ମେକାପ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons