ମୋହନା, (ବି.ବି.ନୁ୍ୟଜ୍): ସ୍ଥାନୀୟ ଥାନା ଅଧୀନ ଗପଟିମା ଗ୍ରାମରେ ଗୁଣି ସନେ୍ଦହରେ ଘଟିଥିବା ଦମ୍ପତିଙ୍କୁ ହତ୍ୟା ଘଟଣାରେ ଆଜି ମୋହନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ସେହି ଗ୍ରାମର ସଲମନ ମଳିକ ଏବଂ ସାନ୍ତୋଷ ମଳିକ ବୋଲି ପୁଲିସ କହିଛି ।
ସୂଚନା ଅନୁଯାୟୀ, ଗୁଣିକରି ଲୋକଙ୍କୁ ମାରୁଥିବା ସନେ୍ଦହରେ ପଟ୍ର ମଳିକ ଏବଂ ତଙ୍କ ପତ୍ନୀ ସବିତା ମଳିକଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ତେବେ ମୋହନା ପୁଲିସ ଘଟଣାର ତଦନ୍ତ କରି ହତ୍ୟାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ପ୍ରତିକ୍ରୀୟା ପ୍ରକାରେ, ପଟ୍ର ମଳିକ ଗୁଣିକରି ଲୋକଙ୍କୁ ମାରୁଥିବା ସନେ୍ଦହ କରି ଗ୍ରାମବାସୀ ବରମ୍ବାର ବୈଠକ ଡାକିଥିଲେ । ଏ ସମୟରେ ଗୁଣିନକରିବାକୁ ପଟ୍ରଙ୍କୁ ମଧ୍ୟ ତାଗିଦ୍ କରିଥିଲେ । ହେଲେ ତଥପୀ ମଧ୍ୟ ଲୋକଙ୍କ ମୃତୁ୍ୟ ହୋଇଥିଲା । ଫଳରେ ଗ୍ରାମବାସୀ ଉତ୍କ୍ଷୀପ୍ତ ହୋଇ ରହିଥିଲେ । ତେବେ ସୋମବାର ସକାଳୁ ପଟ୍ର ଏବଂ ତାଙ୍କ ପତ୍ନୀ ଜଙ୍ଗଲ ନିକଟରେ ଥିବା ନିଜ ବଗଡ଼କୁ ଘୁଙ୍ଗି ପୂଜା କରିବା ନିମନ୍ତେ ଯାଇଥିଲେ । ସେ ସମୟରେ ସନ୍ତୋଷ ଏବଂ ସଲମନ ସେଠାରେ ପହଁଞ୍ଚô ପଟ୍ରଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ତାଙ୍କୁ ଏକ ବର୍ଚ୍ଛାରେ ଆକ୍ରମଣ କରିଥିଲେ । ତେବେ ଏହି ଘଟଣା ବଗଡ଼ର ଅନ୍ୟପଶ୍ୱର୍ରେ ଥିବା ପଟ୍ରଙ୍କ ପତ୍ନୀ ସବିତା ଦେଖି ଦେଇଥିଲେ । ତେଣୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିବା କହିଛନ୍ତି । ତେବେ ଘଟଣାର ତଦନ୍ତ ପରେ ମୋହନା ପୁଲିସ ସଲମନ ମଳିକ ଏବଂ ସନ୍ତୋଷ ମଳିକଙ୍କୁ ଗିରଫ କରାଯାଇଥିବା ନେଇ ମୋହନା ଥାନା ମଧ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆର୍.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ।


Comments are closed, but trackbacks and pingbacks are open.