ଅମ୍ବାଦଳା,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ରାତିରେ ଏଠାରେ ଏକ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତିଜଣକ ହେଲେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ କାଞ୍ଚନଭ;ା ଗାଁ ଝାମଝୋଲା ସାହିର ସୁନ୍ଦରଫଲ ଗୌଡ(୪୬) । ଏହି ଘଟଣାରେ ପୁଲିସ ସେହି ଗାଁର ଦୁର୍ବାସା ଗୌଡକୁ ସନେ୍ଦହରେ ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ଦୁର୍ବାସା ପୂର୍ବରୁ ଏକ ଏକ ହତ୍ୟାକାଣ୍ଡର ଶିକାର ହୋଇଥିବା ବୀର ଗୌଡଙ୍କର ଦାଦା ବୋଲି ଜଣାପଡିଛି । ସୁନ୍ଦରଫଲଙ୍କୁ ଏକ ଦେଶୀ ବନ୍ଧୁକରେ ଗୁଳି ମାରି ହତ୍ୟା କରାଯାଇଥିବା ପୁଲିସ କହିଛି ।
ସୂଚନା ଅନୁସାରେ, ପ୍ରାୟ ଦେଢ ବର୍ଷ ତଳେ ବୀର ଗୌଡଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିଲା । ଏହି ମାମଲାରେ ପୁଲିସ ସୁନ୍ଦରଫଲ ଗୌଡକୁ ଗିରଫ କରିଥିଲା । ସୁନ୍ଦରଫଲ ଏହି କାଣ୍ଡ ଘଟାଇଥିବା ସେତେବେଳେ ପୁଲିସ ସନେ୍ଦହ କରିଥିଲା । ସୁନ୍ଦରଫଲ ୧ ବର୍ଷ ୩ ମାସ ଜେଲରେ ରହିଥିଲା । ତେବେ ସାକ୍ଷୀ ପ୍ରମାଣ ଅଭାବରୁ ସୁନ୍ଦରଫଲ ନିଦେ୍ର୍ଧାଷରେ ଖଲାସ ହୋଇଥିଲା ।
ଗାଁ ଲୋକଙ୍କ କହିବା ଅନୁସାରେ, ସୁନ୍ଦରଫଲ ଜେଲ୍ରୁ ଆସିବା ପରେ ବୀରଙ୍କ ପରିବାର ଲୋକଙ୍କ ସହ ଶତ୍ରୁତା ବଢାଇ ଚାଲିଥିଲା । ବୀର ହତ୍ୟାକାଣ୍ଡର ଦେଢ ବର୍ଷ ପୂରିଥିବା ବେଳେ ଗତ ମଙ୍ଗଳବାର ରାତିରେ କେହି ସୁନ୍ଦରଙ୍କୁ ହତ୍ୟା କରିଛି । ରାତି ପ୍ରାୟ ୯ ଟା ୧୦ ମିନିଟରେ ସୁନ୍ଦର ଏକ ଟାଙ୍ଗିଆ ଧରି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରି ହତ୍ୟା କରିଛି । ଏହି ଘଟଣାରେ କିଛି ସମୟ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକ, ଏଏସଆଇ ବ୍ରଜେନ୍ଦ୍ର ସାହୁ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୁନିଗୁଡା ଏସଡିପିଓ ଚନ୍ଦ୍ର ଶେଖର ହୋତା ସୂଚନା ପାଇ ଗାଁରେ ପହଞ୍ଚି ଥିଲେ । ପରେ ଘଟଣାର ତଦନ୍ତ କରିବାକୁ ରାୟଗଡା ପୁଲିସ ମୁଖ୍ୟାଳୟରୁ ଏକ ୫ ଜଣିଆ ସାଇଣ୍ଟିଫିକ୍ ଦଳ ସନ୍ଧାନୀ କୁକୁର ସହ ପହଞ୍ଚି ଥିଲେ । କୁକୁରଟି ହତ୍ୟାକାଣ୍ଡ ସ୍ଥଳରୁ ଦେଢ ବର୍ଷ ତଳେ ବୀର ଗୌଡକୁ ଯେଉଁଠାରେ ହତ୍ୟା କରାଯାଇଥିଲା ସେହି ସ୍ଥାନକୁ ଯାଇଥିଲା । ପରେ ପୁଲିସ ଦୁର୍ବାସାକୁ ସନେ୍ଦହ କରି ଥାନାକୁ ଆଣିଥିଲେ । ଘଟଣାକୁ ନେଇ ଅମ୍ବାଦଳା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ବେଳେ ସୁନ୍ଦରଙ୍କ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲା । ମୃତ ସୁନ୍ଦରଙ୍କର ସ୍ତ୍ରୀ, ୩ ଟି ଝିଅ ଓ ୨ ଟି ପୁଅ ଅଛନ୍ତି ।


Comments are closed, but trackbacks and pingbacks are open.