ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟିକାଟି ହତ୍ୟା!

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ଏକ ପରିତ୍ୟକ୍ତ କାର୍ ଭିତରୁ ଉଦ୍ଧାର ହୋଇଛି ଜଣେ ୬ ବର୍ଷ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ଉଲଗ୍ନ ମୃତଦେହ । ବାପ ଛେଉଣ୍ଡ ଏହି ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟିକାଟି ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ନନ୍ଦପୁର ଏସ୍ଡିପିଓ, ମାଛକୁଣ୍ଡ ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତନାଘନା ଚାଲିଛି । କିନ୍ତୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ୍କୁ ମିଳିପାରିନି କୌଣସି ସୁରାକ୍ । ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି ନା ନାହିଁ, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାଛକୁଣ୍ଡ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ଲାକ୍ରା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅଞ୍ଚଳରେ ଘଟିଛି ଏହି ଅମାନୁଷିକ ଘଟଣା ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ସମୟରେ ଶିଶୁକନ୍ୟାଟି ତୁଷୁବା ପଞ୍ଚାୟତ ଅଞ୍ଚଳର ସାଥୀ ପିଲାଙ୍କ ସହ ଖେଳୁଥିଲା । ରାତି ସାଢେ ୭ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ସନ୍ଧାନ ପାଇନଥିଲେ । ଗାଁ ପାଖରେ ବହୁ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ କାର୍(ଓଆର୍-୦୮ଜି-୬୫୧୫) ଭିତରେ ଶିଶୁକନ୍ୟାର ମୃତଦେହ ପଡିଥିବା କେହି ଜଣେ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ସେମାନେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ସଙ୍ଗେ ସଙ୍ଗେ ମାଛକୁଣ୍ଡ ପୁଲିସ୍କୁ ଖବର ଦିଆଯାଇଥିଲା । ରାତି ପ୍ରାୟ ସାଢେ ୯ଟା ବେଳେ ପହଞ୍ଚିଥିଲେ ମାଛକୁଣ୍ଡ ଥାନା ଆଇଆଇସି ଶ୍ରୀ ଲାକ୍ରାଙ୍କ ସମେତ ଏସ୍ଆଇ ସୁକାନ୍ତ ପଣ୍ଡା ଓ ଲମତାପୁଟ ଫାଣ୍ଡି ଅଧିକାରୀ ମନୁଆ ବିଡିକା । ରାତି ତମାମ୍ ପୁଲିସ୍ ଶବଟିକୁ ଜଗି ରହିଥିଲା । ଆଜି ସକାଳେ କୋରାପୁଟରୁ ସନ୍ଧାନୀ କୁକୁର ସହ ପହଞ୍ଚିଥିଲା ୬ଜଣିଆ ସାଇଣ୍ଟିଫିକ୍ ଟିମ୍ । ସନ୍ଧାନୀ କୁକୁରଟି ଗାଁର ଚାରିପଟେ ବୁଲିଥିଲେ ହେଁ, କାହାରିକୁ ଧରିବାରେ ସକ୍ଷମ ହୋଇନଥିଲା । ଏହି ସମୟରେ ସେଠାରେ ପହଞ୍ଚିଥିଲେ ନନ୍ଦପୁର ଏସ୍ଡିପିଓ ତପନ ମହାନନ୍ଦ । ସେ ମଧ୍ୟ ଘଟଣାର ପାରିପାଶ୍ୱର୍ିକ ତଦନ୍ତ କରିଥିଲେ । ଏସ୍ଡିପିଓଙ୍କ ଉପସ୍ଥିତିରେ ପୁଲିସ୍ ଶିଶକନ୍ୟାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଲମତାପୁଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ୍ ମଧ୍ୟ ସନେ୍ଦହ କରୁଛି ।
ଏ ସମ୍ପର୍କରେ ମାଛକୁଣ୍ଡ ଥାନାରେ ୩୦୨ ଦଫାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଯଦି ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବ ତା’ହେଲେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହେବ ବୋଲି ଆଇଆଇସି ଶ୍ରୀ ଲାକ୍ରା କହିଛନ୍ତି । ସୂଚନା ଥାଉକି, ମୃତ ଶିଶୁକନ୍ୟାର ପରିବାର ଅତ୍ୟନ୍ତ ଗରିବ । ବାପାଙ୍କ ଦେହାନ୍ତ ପରେ ୩ ଝିଅଙ୍କୁ ନେଇ ସେମାନଙ୍କ ବିଧବା ମାଆ ଜୀବନ ଯୁଦ୍ଧରେ ସଂଘର୍ଷ କରି ଆସୁଥିଲେ । କୁଲି କାମ କରି ୩ ଝିଅଙ୍କ ପେଟକୁ ଭାତ ମୁଠାଏ ଯୋଗାଉଥିଲେ । ସରକାରଙ୍କ ତରଫରୁ କେବଳ ଚାଉଳ ମିଳୁଛି । ସେଥିରେ ପରିବାର ଚଳାଇବା ସମ୍ଭବ ନହେବାରୁ ବିଧବା ମାଆ ରାତି ପାହିଲେ କୁଲି କାମ କରୁଛନ୍ତି । ଏଭଳି ସ୍ଥିତିରେ ତାଙ୍କ ସବା ସାନଝିଅ ପ୍ରତି ଏଭଳି ପାଶବିକ ଅତ୍ୟାଚାର ଦେଖିବା ପରେ ସେ ଏକ ପ୍ରକାର ଜଡ ପାଲଟିଯାଇଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି । ଏସ୍ପି ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons