ବୁଗୁଡ଼ା,(ବି.ବି.ନୁ୍ୟଜ୍): ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ କାଠ ବୋଝେଇ ମିନିଟ୍ରକ, ବାଇକ ଜବତ କରବା ସହ ଚୋରା ଚାଲାଣ ଅଭିଯାଗରେ ୪ ଜଣଙ୍କୁ ଗିରଫ କରାଯାଇଛି । କାଠ ଚାଲାଣ ହେଉଥିବା ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିଦେ୍ର୍ଧଶକ୍ରମେ ଏସିଏଫ ପ୍ରଭାକର ନାୟକ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ସୂର୍ଯ୍ୟମଣି ସେଠୀ, ଅଭିରାମ ଖୀଲି, ଭାରପ୍ରାପ୍ତ ବନପାଳ ସୁବ୍ରତ ତ୍ରିପାଠୀ, ବନରକ୍ଷୀ ଶିବରାମ ପାତ୍ର, ଓ ଅଶ୍ୱିନୀ ପାତ୍ର, ପାରା ଫରେଷ୍ଟର ଷ୍ଟାପ ଏବଂ ବୁଗୁଡା ପୁଲିସ ଆମ୍ବିଳି ଝର ନିକଟରେ କାଠ ବାଝେଇ ମିନିଟ୍ରକକୁ ଜବତ କରିବା ସହ ଗାଡ଼ିକୁ ସୁରକ୍ଷା ଦେବାକୁ ସାଙ୍ଗରେ ଯାଉଥିବା ବାଇକକୁ ମଧ୍ୟ ଜବତ କରାଯାଇଛି । ଟ୍ରକ ଚାଳକ ପୋଲସରା ବ୍ଲକର ଡିମ୍ବିରିଆ ଗ୍ରାମର ରାମଚନ୍ଦ୍ର ବେହେରା, କୀର୍ତ୍ତନ ସାହୁ, ବେଲଗାଁ ଗ୍ରାମର ପ୍ରେମାନନ୍ଦ ସାହୁ ଓ ବର୍ତ୍ତୀନ ଗ୍ରାମର ବନମାଳୀ ପାତ୍ରକୁ ଗିରଫ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ହୋଇ ଗିରଫ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments are closed, but trackbacks and pingbacks are open.