କରୋନା କଟକଣା, ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ

Get real time updates directly on you device, subscribe now.

ଖଲ୍ଲିକୋଟ : କରୋନାକୁ ନେଇ ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ । ଛତ୍ରପୁର ଆର୍ୟ୍ୟପାଲି ଗାଁର ଯୁବକ ଜଣେ ବିଦେଶ ଫେରନ୍ତାଙ୍କୁ କରୋନା ପଜିଟିଭ କହି ଅପପ୍ରଚାର କରୁଥିଲେ । ଅଭିଯୋଗ ପରେ ତାଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।
ସେହିପରି ସୋସିଆଲ ମିଡିଆରେ ପ୍ରଚାର ଅଭିଯୋଗରେ କଳାହାଣ୍ଡିରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।କୈାଣସି ବ୍ୟକ୍ତି କରୋନା ସଂପର୍କିତ ଗୁଜବ ପ୍ରଚାର ନ କରିବାକୁ ତାଗିଦ କରିଛନ୍ତି କଳାହାଣ୍ଡି ଏସପି ବାତୁଲା ଗଂଗାଧର । ତେବେ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଗୁଜବ ପ୍ରଚାର କରି ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons