କରୋନାର ଲଢ଼ୁଥିବା ବେଳେ ଆମ ସ୍ଥାନୀୟ ପ୍ରଶାସନ ବିକାଶ ପାଇଁ ଲଢ଼ୁଛି

Get real time updates directly on you device, subscribe now.

ମୟୁରଭଞ୍ଜ,(ଘାସିରାମ ବେହେରା):ସାରା ବିଶ୍ୱ ମହାମାରୀ କରୋନାର ଭୟାବହତାରୁ ରକ୍ଷା ପାଇବା ପାଇଁ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଘାରିଛି ବିକାଶ ଚିନ୍ତା। ତେବେ ବିକାଶମୁଳକ ଯୋଜନାର ସଫଳ ରୂପାୟନ କେମିତି ହେବ ତାକୁ ନେଇ ସ୍ଥାନୀୟ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ ତାଙ୍କ ବାସଭବନରେ ଏକ ରୂଦ୍ଧଦ୍ୱାର ବୈଠକ କିଛି ହାତଗଣତି ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ତହସିଲଦାର ତାପସ ରଞ୍ଜନ ଦେହୁରୀ, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟନିର୍ବାହି ଅଧିକାରୀ ବିଜୟ କେତନ ନାୟକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନର କରୋନା ପ୍ରତିବନ୍ଧ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକୁ ବେଖାତିର ମୁଳକ ପଦକ୍ଷେପ କେତେ ଯୁକ୍ତିଯୁକ୍ତ । ଏଠି ପ୍ରଶ୍ନ ଉଠୁଛି ଯେତେ ବେଳେ ସାରା ବିଶ୍ୱ ତଥା ଆମଦେଶ ଆଉ ରାଜ୍ୟ ଏଇ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ବାସ୍ତବ ସ୍ଥିତିକୁ ନଜରରେ ରଖି ଏହାର ଭୟାବହତାକୁ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇ ସାତଜଣରୁ ଅଧିକ କୌଣସି ସ୍ଥାନରେ ଏକଜୁଟ ନ ହେବାକୁ ଦେଇଥିବା ପରାମର୍ଶକୁ ସାଧାରଣ ଲୋକେ ଗ୍ରହଣ କରୁଥିବା ବେଳେ ସରକାରୀ ଦଳର ବିଧାୟିକା ନ ମାନିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଯେତିକି ଚର୍ଚ୍ଚାର ବିଷୟ ହୋଇଛି ତାଠାରୁ ଅଧିକ ବିଜେଡି ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଖୋଲା ଆହ୍ୱାନ ପାଲଟିଛି। ସେହିପରି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଏନେଇ ସଚେତନତା ସୃଷ୍ଟି ପାଇଁ ଗତ ୮ ତାରିଖ ନିର୍ଦ୍ଦେଶ କରିଥିଲେ । ଏହାର ଭୟାବହତା ଦିନକୁଦିନ ବଢିବାରୁ ରଙ୍ଗରପର୍ଵ ହୋଲିକୁ ମଧ୍ୟ ନିରାଡ଼ମ୍ବର ଭାବେ ସାଧାରଣରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିସହିତ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଭାସମିତି,ମେଳା ମହୋତ୍ସବ ସହିତ ବାହାଘର,ବ୍ରତଘର ,ସ୍କୁଲ କଲେଜ ,ଟିଉସନ,କୋଚିଂ ସେଣ୍ଟର ମଧ୍ୟ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶଜାରି କରିଥିଲେ। ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ଗତ ୧୯ /୨୦ ତାରିଖରେ ମଧ୍ୟ ଏକ ନିର୍ଦ୍ଦେଶନାମାଜାରୀ କରିଛି ଜିଲ୍ଲା ପ୍ରଶାସନ ଏଥିରେ ସମସ୍ତ ମଲ, ହୋଟେଲ, ବଡବଡ ବ୍ୟବସାୟ ପ୍ରତିଷ୍ଠାନ,ଦୋକାନ ସହିତ କୌଣସି ମେଳା,ମହୋତ୍ସବ, ଜାନୀଯାତ୍ରା କିମ୍ବା କୌଣସି ଜାଗାରେ ୭ ଜଣରୁ ଅଧିକ ଲୋକରୁଣ୍ଡ ନ ହେବା ସହିତ କୌଣସିଠାରେ ବୈଠକ କରି ପାରିବେ ନାହିଁ। ଏପରି ନିର୍ଦ୍ଦେଶନାମାଜାରି ପରେ ଏହାର ଖୁଲାଉଲଘଂନ କରି ଗତ ୨୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ କରଞ୍ଜିଆ ବିଧାନସଭା ମଣ୍ଡଳୀର ବିଧାୟିକାଙ୍କ ବାସଭବନରେ ଏକ ରୂଦ୍ଧଦ୍ଵାର ବୈଠକ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ପାଇଁ କରିବା କେତେ ଯୁକ୍ତିଯୁକ୍ତ । ତେବେ ଏହା ପଛରେ ବିକାଶ ନାମରେ ରହିଛି ବ୍ୟବସାୟ ଚିନ୍ତା ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଯେତେ ବେଳେ ମହାମାରୀ କରୋନା ପାଇଁ ଘରେଘରେ ବୁଲି ସଚେତନତାର ବାର୍ତ୍ତା ପହଞ୍ଚାଇବା ବଦଳରେ ସରକାରୀ ଅଧିକାରୀମାନେ ନୈତିକଦାଇତ୍ୱରୁ ନିବୃତ୍ତ ରହି କରଞ୍ଜିଆ NACର ବିକାଶ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବୈଠକ କରିବା କେତେଦୂର ଗ୍ରହଣୀୟ । ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଏଠାରେ ଦାୟିତ୍ବସଂପନ୍ନ ପ୍ରଶାସନିକ ଅଧିକାରୀ ନିୟମକାନୁନକୁ ନମାନି ବ୍ୟତିକ୍ରମ ସୃଷ୍ଟି କରି ବୈଠକ କରିଥିବାରୁ ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବର୍ତ୍ତମାନର ଘଡିସନ୍ଧି ସମୟରେ ଏକ ଉଦାହରଣ ସୃଷ୍ଟି କରିବାର ଆବଶ୍ୟକତା ଦେଖାଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons