ଲକ୍‌ଡାଉନ୍‌ରେ ଥମୁନି ଚୋରା ମଦ ଚାଲାଣ, ୮୦୦ ଲିଟର ଦେଶୀ ମଦ ବୋଝେଇ ପିକଅପ ଜବତ

Get real time updates directly on you device, subscribe now.

ଭଦ୍ରକ : କରୋନା ପାଇଁ ଲକଡାଉନ କିନ୍ତୁ ଚୋରା ମଦ ବେପାରୀଙ୍କର କଚେପୁଅ ବାର। ଲକଡାଉନର ସୁଯୋଗ ନେଇ ଚୋରାରେ ମଦ ଚାଲାଣ କରୁଛନ୍ତି । ଏମିତି ଏକ ଚୋରା ଦେଶୀ ମଦ ବୋଝେଇ ପିକଅପକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍ୱାର୍ଡ। ଏହା ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ କେନାଲ ରୋଡ଼ ନିକଟରେ ଏହି ଦେଶୀ ମଦ ବୋଝେଇ ପିକଅପକୁ ଜବତ କରିଛି । ଗାଡ଼ିରେ ୮୦୦ ଲିଟର ଦେଶୀ ମଦ ଜବତ ହୋଇଛି । ଗିରଫ ଯୁବକ ହେଉଛନ୍ତି ଗାଡିର ଡ୍ରାଇଭର। ସେ ବାଲେଶ୍ୱର ଜିଲ୍ଲା ଖଣ୍ତାପଡା ଅଞ୍ଚଳର ନବ କିଶୋର ଦାସ ବୋଲି ସୂଚନା ମିଳିଛି । ମଦ ବୋଝେଇ ଗାଡିରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବା ରେ ସକ୍ଷମ ହୋଇଛି ।
ଉଲ୍ଲେଖଯୋଗ୍ୟ, ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିଛି। ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ୍‌ ପଡିନି। ଲୋକ ମଦ ପିଇବାକୁ ମଧ୍ୟ ଡହଳ ବିକଳ ହେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ବେପାରୀ। ମଦର ଚୋରା ଚାଲାଣ କରି ଚଢା ଦରରେ ମଦ ବିକ୍ରି କରୁଛନ୍ତି। ବିଶେଷ କରି ଜିଲ୍ଲାଗୁଡିକର ଗ୍ରାମାଞ୍ଚଳରେ ଏମିତି ଅବସ୍ଥା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons