କରୋନାର ପ୍ରକୋପ ମଧ୍ୟରେ ସରିଲା ମା ହିଙ୍ଗୁଳାଙ୍କ ଯନ୍ତାଳ ଯାତ୍ରା

Get real time updates directly on you device, subscribe now.

ଅନୁଗୁଳ : ମହାମାରୀ କରୋନାର ପ୍ରକୋପ ମଧ୍ୟରେ ଆଜି ମା ହିଙ୍ଗୁଳାଙ୍କ ସରିଛି ଯନ୍ତାଳ ଯାତ୍ରା। ନିରାଡ଼ମ୍ବର ସହ ପୋଲିସ ର ଉପସ୍ଥିତିରେ ସରିଛି ମା ଙ୍କର ପ୍ରାରମ୍ଭିକ ପୂଜାବିଧି। ପରମ୍ପରା ଅନୁସାରେ ଦେହୁରୀ ମାଆଙ୍କର ପ୍ରତୀକ ପତିଆର ଙ୍କୁ ଆବାହନ କରିଥାନ୍ତି। ଘିଅ, ଗୁଡ଼ ପଣା ଆଦି ଦେଇ ପତିଆରଙ୍କୁ ପୂଜା କରାଯାଇଥାଏ।
ଏହି ପୂଜା ପରେ ମା ଅଗ୍ନି ରୂପରେ ଦର୍ଶନ ଦେଇଥାନ୍ତି। ଆଜି ମଧ୍ୟ ରାତ୍ରରେ ମା ଦେହୁରୀଙ୍କୁ ଦର୍ଶନ ଦେବାର ବିଧି ରହିଛି। କିନ୍ତୁ ସାରା ରାଜ୍ୟ ଲକ ଡାଉନ ଯୋଗୁଁ ଚଳିତ ବର୍ଷ ମାଆଙ୍କର ଯାତ୍ରା ହେବ ନାହିଁ କି ସାଂସ୍କୃତିକ କାର୍ୟ୍ୟକ୍ରମ ହେବନାହିଁ। କେବଳ ମାଆଙ୍କୁ ଦେହୁରୀ ପୂଜା କରିବାର କାର୍ୟ୍ୟକ୍ରମ ରହିଛି। ଚଳିତ ବର୍ଷ ମାଆଙ୍କର ଯାତ୍ରା ଅପ୍ରେଲ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ହେବାର ଥିଲା। ଲକ ଡାଉନ ଯୋଗୁଁ ସବୁ କାର୍ୟ୍ୟକ୍ରମ ବାତିଲ କରିଛି ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons