ଘାରିଛି କରୋନା ସଂକ୍ରମଣ ଭୟ, ତିହାର ଜେଲରୁ ମୁକ୍ତ ହେଲେ ୪୦୦ରୁ ଅଧିକ କଏଦୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଆତଙ୍କକୁ ନଜରରେ ରଖି ତିହାର ଜେଲ କର୍ତୃପକ୍ଷ ଶନିବାର ପ୍ରାୟ ୪୦୦ କଏଦୀଙ୍କୁ ମୁକ୍ତ କରିଛନ୍ତି । ଜେଲରେ ଗହଳିକୁ କମ କରିବା ପାଇଁ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।
ଜେଲ ଅଧିକାରୀଙ୍କ ସୂଚନାନୁସାରେ, ଶନିବାର ୪୧୯ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୫୬ ଜଣଙ୍କୁ ଅନ୍ତରୀଣ ଜାମିନରେ ପଠାଯାଇଥିବା ବେଳେ ୬୩ଜଣଙ୍କୁ ୮ ସପ୍ତାହ ପାଇଁ ପାରୋଲରେ ପଠାଯାଇଛି । ପ୍ରଥମ ପର୍ୟ୍ୟାୟରେ ଏହି କଏଦୀଙ୍କୁ ମୁକ୍ତ କରାଯାଇଛି । ସେହିପରି କିଛି ଦିନ ମଧ୍ୟରେ ଆହୁରି ୩୦୦୦ ଅନ୍ତେବାସୀଙ୍କୁ ମୁକ୍ତ କରାଯିବ ।
ତିହାର ଜେଲରେ କଏଦୀଙ୍କ ରହଣି କ୍ଷମତା ୧୦ ହଜାର ଥିବା ବେଳେ ଏଥିରେ ମୋ ୧୮ ହଜାରରୁ ଅଧିକ କଏଦୀ ରହିଛନ୍ତି । ଏହା ଦିଲ୍ଲୀର ସବୁଠାରୁ ଅଧକ ଅନ୍ତବାସୀ ଥିବା ଜେଲ ।
ଦିଲ୍ଲୀ ଜେଲ୍ ଡିଜି ସନ୍ଦିପ ଗୋଏଲ କହିଛନ୍ତି ଯେ, କଏଦୀଙ୍କ ରେକର୍ଡ ଓ ତଥ୍ୟ ଦେଖି ସେମାନଙ୍କୁ ଖଲାସ କରାଯାଇଛି । ହାର୍ଡକୋର୍ କ୍ରିମିନାଲଙ୍କୁ ମୁକ୍ତ କରାଯାଇ ନାହିଁ । ଯେଉଁମାନେ ୭ ବର୍ଷକୁ କମ ସମୟ ଧରି ଦଣ୍ଡ ଭୋଗୁଛନ୍ତି କେବଳ ସେମାନଙ୍କ ମୁକ୍ତି ପାଇଁ ଚିନ୍ତା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons