ବଲାଙ୍ଗୀର: ଲକଡାଉନ୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରୁ ଉଦ୍ଧାର ହେଲା ତିନି ବର୍ଷର ଶିଶୁ କନ୍ୟା। କିଏ ହତ୍ୟା କରି ଶିଶୁଟିକୁ ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଜନ୍ମିତ କଲା ମାଆ ଶିଶୁକୁ ହତ୍ୟା କରିଥିବା ମୃତ ଶିଶୁର ବାପା ଅଭିଯୋଗ କରିଛନ୍ତି। ମୃତ ଶିଶୁର ବାପାଙ୍କ କହିବା ଅନୁସାରେ, ପରକୀୟା ପ୍ରୀତି ଯୋଗୁଁ ଗତ ୨୧ ତାରିଖ ତାଙ୍କ ସ୍ତ୍ରୀ ଜୈନିକ ଜଣେ ଯୁବକଙ୍କ ସହ ଘରୁ ଚାଲି ଯାଇଛନ୍ତି।
ତେବେ ଗତକାଲି ରାତିରେ ଠିକାଦାର ପଡାରେ ରହୁଥିବା ପ୍ରସନ୍ନ ବାଗ ତାଙ୍କ ଦୁଇ ପିଲାଙ୍କ ସହ ଘରେ ଶୋଇଥିଲେ। ରାତି ୨ ଟାରେ ବାହାରକୁ ପରିଶ୍ରା କରିବାକୁ ଆସିପୁଣି ଘର ଭିତରକୁ ଯିବା ବେଳେ ଛୋଟ ଶିଶୁଟି ଖଟରେ ନଥିଲା। ରାତିରେ ବହୁ ଖୋଜାଖୋଜି ପରେ ତା ପରଦିନ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ପଚରାଉଚାରା କରିବାରୁ ଜଣାପଡିଥିଲା ତାଙ୍କ ସ୍ତ୍ରୀ ସତ୍ୟ ବାଗ ଗତ ୨୧ ତାରିଖ ଠାରୁ ଜୈନିକ ଯୁବକଙ୍କ ସହ କୁଆଡେ ଚାଲିଯାଇଛନ୍ତି।
ବଲାଙ୍ଗୀର ମାଧିଆ ପାଲିଠାରେ ଯୁବକଙ୍କ ସହ ରହୁଥିବା ଜାଣିବାକୁ ପାଇଥିଲେ ପ୍ରସନ୍ନ। ତେବେ ସେଠାକୁ ଯାଇ ଖୋଜାଖୋଜି କରିବା ସହ ତାଙ୍କ ସ୍ତ୍ରୀଙ୍କ ଉପରେ ସଂଦେହ କରିଥିଲେ ପ୍ରଶନ୍ନ। ସକାଳୁ ତାଲପାଲିପଡା ଠାରେ ଥିବା ପୋଖରିରୁ ଶିଶୁର ମୃତଦେହ ଭାଷୁଥିବା ଲୋକ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବରଦେବା ସହ ପ୍ରସନ୍ନଙ୍କୁ ଜଣାଇଥିଲେ ତେବେ ପ୍ରଶ୍ନ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଜଣାପଡିଲା ମୃତ ଶିଶୁଟି ତାଙ୍କର ବୋଲି। ଏନେଇ ପୋଲିସ ଶିଶୁଟିର ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଶିଶୁର ମାଆଙ୍କୁ ବଲାଙ୍ଗୀର ଟାଉନ ଥାନାରେ ଅଟକ ରଖିଛି ପୋଲିସ। ଏ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.